ମେ ମାସରେ ସିମଲା ଗସ୍ତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୩/୦୩ : ହିମାଚଳ ପ୍ରଦେଶ ସିମକାର୍ଡ ଗସ୍ତରେ ଆସିଥିବା ଓଡିଶା ସାମ୍ବାଦିକ ମାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସିମଲା ରାଷ୍ଟ୍ରପତି ନିବାସର ଅଧିକାରୀ ଅଜୟ ଭରଦ୍ବାଜ। କେନ୍ଦ୍ର ସରକାରଙ୍କ ପତ୍ର ଓ ସୂଚନା କାର୍ଯ୍ଯାଳୟ ଅଧିକାରୀ ମାନଙ୍କ ସହ ଓଡିଶାର ଗଣମାଧ୍ୟମ ପ୍ରତିନିଧିମାନେ ହିମାଚଳ ପ୍ରଦେଶ ଗସ୍ତ ରେ ଆସିଛନ୍ତି।ଗସ୍ତ ର ପ୍ରଥମ ଦିନରେ ସାମ୍ବାଦିକ ମାନେ ରାଷ୍ଟ୍ରପତିଙ୍କ ସିମଲା ସ୍ଥିତ ବାସଭବନ ବୁଲି ଦେଖିଥିଲେ। ଶ୍ରୀମତି ମୂର୍ମୁ ଏଥିପୂର୍ବରୁ ୨ ଥର ରାଷ୍ଟ୍ରପତି ନିବାସରେ ଆସି ରହିଛନ୍ତି। ଏଥିପୂର୍ବରୁ ୧୪ ଜଣ ପୂର୍ବତନ ରାଷ୍ଟ୍ରପତି ସିମଲା ସ୍ଥିତ ନିବାସରେ ଅବସ୍ଥାନ କରିଛନ୍ତି। ଡ• ଏ ପି ଜେ ଅବଦୁଲ କାଲାମ ତାଙ୍କର କାର୍ଯ୍ୟକାଳ ଭିତରେ ସର୍ବନିମ୍ନ ଗୋଟିଏ ଦିନ ପାଇଁ ସିମଲା ଆସିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଆର ଭେଙ୍କଟରମଣ ବହୁଥର ସିମଲା ରାଷ୍ଟ୍ରପତି ନିବାସର ଆସିଥିବା ବେଳେ ଗୋଟେ ବର୍ଷ ଗସ୍ତରେ ୨୭ ଦିନ ରହିଥିବା ଶ୍ରୀ ଭରଦ୍ୱାଜ ସୂଚନା ଦେଇଥିଲେ। ରାଷ୍ଟ୍ରପତି ନିବାସର ଅଧିକାରୀ ଅଜୟ ଭରଦ୍ୱାଜ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳକୁ ଏହି ଐତିହାସିକ ସ୍ଥାନର ମହତ୍ୱ ସମ୍ପର୍କରେ ଅବଗତ କରାଇଥିଲେ । ଏଠାରେ ରାଷ୍ଟ୍ରପତିଙ୍କ ରହଣୀ ପାଇଁ ୧୬ କୋଠରୀ ବିଶିଷ୍ଟ ଏକ ଆବାସ ରହିଛି। ତେବେ ମଶୋବ୍ରା ରାଷ୍ଟ୍ରପତି ନିବାସର ମୋଟ ପରିସର ୧୮୦ ଏକର ସ୍ଥାନରେ ପରିବ୍ୟାପ୍ତ । ପରବର୍ତ୍ତୀ ସମୟରେ ଇଂରେଜମାନେ ଶିମଲାକୁ ଦେଶର ଗ୍ରୀଷ୍ମକାଳୀନ ରାଜଧାନୀ ରୂପେ ଘୋଷଣା କରିବା ପରେ ଏଠାରେ ବ୍ରିଟିଶ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହୁଥିଲେ। ସ୍ୱାଧୀନତା ପରେ ଏହି ସ୍ଥାନ ରାଷ୍ଟ୍ରପତିଙ୍କ ଗ୍ରୀଷ୍ମକାଳୀନ ନିବାସ ରୂପେ କାର୍ଯ୍ୟ କରିଆସୁଛି । ୧୭୬ ବର୍ଷରୁ ଅଧିକ ପୁରୁଣା ଏହି ସ୍ଥାନକୁ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ରେ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ। ରାଷ୍ଟ୍ରପତିଙ୍କ ନିବାସ ରାଷ୍ଟ୍ରର ଜନସାଧାରଣଙ୍କ ପାଇଁ ଖୋଲାଯିବା ଉଚିତ୍‌ ବୋଲି ରାଷ୍ଟ୍ରପତି ମୁର୍ମୁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅବସ୍ଥାନ ଯୋଗୁଁ ସିମଲା ରାଷ୍ଟ୍ରପତି ନିବାସରେ ସୁରକ୍ଷା କଡାକଡି କରାଯାଉଥିବା ସହ ମୁଖ୍ଯ ରାସ୍ତାରୁ ରାଷ୍ଟ୍ରପତିଙ୍କ ନିବାସ ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଜନସାଧାରଣଙ୍କ ପାଇଁ ବନ୍ଦ କରିଦିଆଯାଇଥାଏ।