ଭୁବନେଶ୍ୱର,୧୧ /୨: (କେଶବ ଚନ୍ଦ୍ର ନାଥ) – ସର୍ବ ଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚ, ଓଡିଶା ଶାଖା ଯୌନ ଶୋଷଣର ଶିକାର ହୋଇଥିବା ଦଳିତ ମହିଳା ଓ ଶିଶୁ କନ୍ୟାମାନଙ୍କୁ ରାଜ୍ୟ ପ୍ରଶାସନ ନ୍ୟାୟ ପ୍ରଦାନରେ ବିଳମ୍ବତା ନେଇ ଭୁବନେଶ୍ୱର ସ୍ଥିତ ବୁଦ୍ଧ ବିହାର ଶାଖା କାର୍ଯ୍ୟାଲୟରେ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା l ମଞ୍ଚର ରାଜ୍ୟ ସଂଯୋଜିକା ଶଶୀ ମନାସି ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଆଇନଜୀବୀ ତାପସ ଦ୍ୱିବେଦୀ, ଶିକ୍ଷାବିତ ବିଜୟ କୁମାର ବହିଦାର, ମନବାଧିକାରକର୍ମୀ ବିଶ୍ୱନାଥ ପାତ୍ର, ମଞ୍ଚର କଟକ ଶାଖା ସଭ୍ୟା ନୟନା ନାୟକ ଆଦି ଯୋଗ ଦେଇଥିଲେ l ରାଜ୍ୟ ପ୍ରଶାସନ ନ୍ୟାୟିକ ପ୍ରକ୍ରିୟାରେ ଅବହେଳା ପ୍ରଦର୍ଶନ କରି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇ ନିର୍ଯ୍ୟାତିତ ଦଳିତ ମହିଳା ଓ ଶିଶୁ କନ୍ୟାମାନଙ୍କ ଆଇନ ଗତ ଓ ଆର୍ଥୀକ ସହାୟତାର ଦିଗକୁ ବାଟବଣା କରୁଛି l କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଥାନା ଅଂଚଳର ମହିଳାଙ୍କୁ ଅପହରଣ କରି ଧର୍ଷଣ ପରେ ହତ୍ୟା କରାଯାଇଥିଲା ଓ ପରେ ସେହି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଥାନା ଅଂଚଳର ଶିଶୁ କନ୍ୟାକୁ ବି କଟକ ଚାଉଳିଆଗଞ୍ଜ କନ୍ୟାଶ୍ରାମରେ ଯୌନ ଶୋଷଣ ପରେ ମୃତ୍ଯୁ ହୋଇଯାଇଥିଲା l ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ଶିଶୁକନ୍ୟା ଶ୍ରମିକଙ୍କୁ ବିଏମସି କମିଶନରଙ୍କ ଶ୍ୱଶୁର ଯୌନ ନିର୍ଯାତନା l କଟକ ଜିଲ୍ଲା ବାଙ୍କି ଥାନାର ନାବାଳିକାକୁ କାମଯୋଗାଇଦେବା ନାଁରେ ଦଲାଲମାନେ ବାଲେଶ୍ୱର ବେଶ୍ୟାଳୟରେ ବିକ୍ରି ଓ ପରେ ଛାତ ତଳକୁ ଠେଲି ଦେବାରୁ ପଙ୍ଗୁ ହେବା ଭଳି ଘଟଣା ଗୁଡିକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରିଥିଲେ l ସର୍ବୋପରି ସମାଜର ସାମାଜିକ ବ୍ୟବସ୍ଥାର ପଛରେ ରହୁଥିବା ଅନୁସୂଚିତ ଜାତି ଓ ଜନ ଜାତି ବର୍ଗର ଲୋକମାନଙ୍କ ଅଗ୍ରଗତି କଥା ମୁହଁରେ କହୁଥିବା ରାଜ୍ୟ ସରକାରଙ୍କ ଆନ୍ତରିକତା ବିହିନର ପ୍ରତିଛବି ପ୍ରଦର୍ଶିତ କରୁଛି l