ଡାକଘରେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା

0

ଭୁବନେଶ୍ବର,୨୪/୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଯୋଗ୍ୟ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ। ଏହାର ୧୩ତମ କିସ୍ତି ଫେବୃଆରୀ ୨୮ ତାରିଖରେ ପଞ୍ଜୀକୃତ ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଯିବ। ଯୋଗ୍ୟ ହିତାଧିକାରୀ ଏହାର ଲାଭ ଉଠାଇବା ପାଇଁ ଜମା ଖାତା ସହ ଆଧାର କାର୍ଡ ସଂଯୋଗ ଜରୁରୀ। ଏହାକୁ ଅନୁଶୀଳନ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ବକେୟା କିସ୍ତି ପୈଠ ନିମନ୍ତେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଆଧାର ସଂଯୋଗ ହୋଇଥିବା ବ୍ୟାଙ୍କ ଖାତା ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି।

ଓଡ଼ିଶାର ସମସ୍ତ ଡାକଘର ମାନଙ୍କରେ ପୋଷ୍ଟ ମ୍ୟାନ ଏବଂ ଗ୍ରାମୀଣ ଡାକ ସେବକମାନଙ୍କ ଦ୍ବାରା ଯୋଗ୍ୟ ଚାଷୀମାନେ କିସ୍ତି ବାବଦରେ ଅର୍ଥ ଉଠାଣ କରିପାରିବେ। ଡାକଘର ସହିତ ସମ୍ପର୍କ କରି ଆଧାର ସଂଲଗ୍ନ ଜମା ଖାତା ଖୋଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତି ଉଠାଣର ସୁବିଧା ନେବାକୁ ଡାକ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

SBI AD
Leave A Reply

Your email address will not be published.