କରୋନା ବିପକ୍ଷରେ ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ

ନୂଆଦିଲ୍ଲୀ, ୮/୧୦ : କରୋନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଜନ ଆନ୍ଦୋଳନ ଅଭିଯାନ ଆରମ୍ଭ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଆଗାମୀ ପାର୍ବଣ ଋତୁ, ଶୀତ କାଳ ଏବଂ କରୋନାରୁ ରକ୍ଷା ପାଇବା ତଥା ଦେଶର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ଖୋଲାଯାଇଥିବା ବଜାର ଏବଂ ଅନ୍ୟାନ୍ୟ ଜିନିଷକୁ ଧ୍ୟାନରେ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, କରୋନାରୁ ବର୍ତ୍ତିବା ଲାଗି ଏକମାତ୍ର ଶ୍ରେଷ୍ଠ ଉପାୟ ହେଉଛି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା । ସେ କହିଛନ୍ତି ଯେ, ଏଭଳି ସିଦ୍ଧାନ୍ତ ପାଳନ କରି ସର୍ବସାଧ।।ରଣ ସ୍ଥାନରେ ଜନ ସଚେତନତା ସୃଷ୍ଟି କରାଯିବାର ଅଛି । ସେ କହିଛନ୍ତି, କରୋନା କାଳରେ ଡରି ନ ଯାଇ, ସତର୍କତା ଅବଲମ୍ବନ କରାଯିବା ଦରକାର । ଏହି ବାର୍ତ୍ତା ସାଧାରଣ ଲୋକଙ୍କ ନିକଟକୁ ପହଂଚାଇବାକୁ ହେବ । ଔଷଧ ଓ ଟିକା ବିନା ମାସ୍କ, ୨ ମିଟର ଦୂରରେ ରହିବା ଓ ହାତ ଧୋଇବା ହେଉଛି ବଡ଼ ଅସ୍ତ୍ର ।