ରାଜସ୍ଥାନର ବାନ୍ସୱାଡା ଜିଲ୍ଲାରେ ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର ହୋଇଯାଇଛନ୍ତି । ଏଠାରେ ଏକ ଜେଲ୍ ବାରାକ୍ରୁ ୩ଜଣ ବିଚାରାଧୀନ କଏଦୀ ଫେରାର ହୋଇ ଯାଇଛନ୍ତି । ଏହି କଏଦୀମାନେ ଫେରାର ହେବାରେ ଏକ ଅଭିନବ ଉପାୟ ଆପଣାଇଥିଲେ । ସେମାନେ କମ୍ୱଳ କାଟି, ଏହାକୁ ରସି ତିଆରି କରି ଏହା ସାହାଯ୍ୟରେ ଜେଲ୍ର କାନ୍ଥ ପାଚେରି ଫେରାର ହୋଇଯାଇଥିଲେ । ଜଣେ ପୋଲିସ୍ ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି ।
୩ଜଣ କଏଦୀ ଜେଲରୁ ଫେରାର ହେବାର ଖବର ନେଇ ଜେଲ୍ ପ୍ରଶାସନରେ ଚର୍ଚ୍ଚା ଜୋର ଧରିଛି । ଜେଲର ମାନ ସିଂହ କହିଛନ୍ତି କି, ଏବେ କିଛି ଦିନ ପୂର୍ବେ ହିଁ, ଏହି ବନ୍ଦୀଙ୍କୁ ଏଠାକୁ ଅଣାଯାଇଥିଲା । ସେମାନେ ଝରକା ତଳେ ଥିବା ପଥରକୁ ଢିଲା କରିବା ପାଇଁ ଷ୍ଟିଲର ପ୍ଲେଟ୍ ବ୍ୟବହାର କରିଥିଲେ । ଏଥିରେ ସେମାନେ ବାରାକ୍ରୁ ବାହାରକୁ ଆସିପାରି ଥିଲେ । ଏହାପରେ କମ୍ୱଳ ସାହାଯ୍ୟରେ ରସି ତିଆରି କରି ଜେଲ୍ର କାନ୍ଥକୁ ଡେଇଁଥିଲେ । ବାରାକ୍ ବହୁତ ପୁରୁଣା, ଯେଉଁଥିରେ ସେମାନେ ସହଜରେ ବାହାରକୁ ଯିବାକୁ ସୁଯୋଗ ପାଇଥିଲେ । ଏହି ଘଟଣା ପାଖାପାଖି ୨.୩୦-୩ଟା ଭିତରେ ହୋଇଛି । ସକାଳ ୫.୩୦ଟାରେ ଜିଲ୍ଲା ପ୍ରଶାସନକୁ ଏହି ବିଷୟରେ ଜଣାପଡ଼ିଥିଲା ।
ସେ କହିଥିଲେ କି , ବାରାକରେ ୪ଜଣ ଲୋକ ଥିଲେ । ହେଲେ ଜଣେ ତାଙ୍କର ଯୋଜନାରେ ସାମିଲ ହୋଇ ନଥିଲା । ସୂଚନା ପରେ ପୁରା ଜିଲ୍ଲାରେ ନାକାବନ୍ଦୀ କରି ଦିଆଯାଇଛି । ଶର୍ମା କହିଛନ୍ତି କି, କଏଦୀମାନେ ଫେରାର ହେବା ପରେ ପୋଲିସ୍ ଭିନ୍ନ ଭିନ୍ନ ଟିମ୍ ଗଠନ କରି ଏହି ଫେରାର କଏଦୀଙ୍କୁ ତଲାସ କରିବା ଆରମ୍ଭ କରି ଦେଇଛି । ସିଂହ କହିଛନ୍ତି , ଏହି ୩ଜଣ ଅଭ୍ୟାସଗତ ଅପରାଧୀ ନୁହଁନ୍ତି । ଫେରାର ହୋଇଥିବା ପରମେଶ (୨୨) ନାଁରେ ଦୁଷ୍କର୍ମ ଅଭିଯୋଗ ମାମଲା ରୁଜୁ ହୋଇଛି । ଆଉ ଜଣେ ଅପରାଧୀ କମଲେସ(୨୦) ଜେଜେ ଅଧିନିୟମ ଓ ଅପହରଣ ମାମଲାରେ ଓ ପ୍ରବୀଣ(୧୯) ଚୋରି କରିବା ମାମଲାରେ ଜେଲରେ ଅଛନ୍ତି ।