ରନଓେ୍ବରୁ ଖସିଲା ପ୍ରାଇଭେଟ ଜେଟ୍ : ସମସ୍ତ ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ

ନୂଆଦିଲ୍ଲୀ, ୦୯/୧୦ : ଉତ୍ତରପ୍ରଦେଶରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ ରନୱେରୁ ଖସି ବୁଦା ଭିତରକୁ ପଶିଯାଇଥିଲା । ଏହା ଫଳରେ ସମସ୍ତ ଯାତ୍ରୀ ଏବଂ ଦୁଇଜଣ ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ପାଇଲଟଙ୍କୁ ମିଶାଇ ୬ ଜଣ ରହିଥିଲେ । ଫର୍ରୁଖାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ଜେଟଟି ଏକ ବିୟର ଫ୍ୟାକ୍ଟ୍ରି ଏମଡି ଅଜୟ ଅରୋରାଙ୍କର ଥିଲା । ସେ ଏକ ଶିଳ୍ପାଞ୍ଚଳରେ ନିର୍ମାଣାଧୀନ କମ୍ପାନୀର ଯାଞ୍ଚ ପାଇଁ ଉଡ଼ାଣ କରୁଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏୟାରଷ୍ଟ୍ରିପରେ ରନୱେରୁ ଘରୋଇ ଜେଟ୍ ଖସି ସିଧା ଯାଇ ବୁଦା ମୂଳେରେ ପଶିଯାଇଥିଲା । ଘଟଣା ବିଷୟରେ ସୂଚନା ପାଇବା ପରେ ଏସଡିଏମ୍, ଡିଏସପି, ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚିଥିଲେ । ବିମାନରେ ବିୟର ଫ୍ୟାକ୍ଟ୍ରିର ଏମଡି, ଏସବିଆଇ ମୁଖ୍ୟ ସୁମିତ ଶର୍ମା, ଡିପିଓ ରାକେଶ ଟିକୁ ଏବଂ ଦୁଇ ପାଇଲଟ୍, କ୍ୟାପ୍ଟେନ୍ ନସିବ ବାମଲ ଏବଂ ପ୍ରତୀକ ଫର୍ଣ୍ଣାଣ୍ଡିଜ୍ ଥିଲେ । ଉଡ଼ାଣ ଭରିବା ସମୟରେ ଘରୋଇ ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କେହି ଆହତ ହୋଇନଥିବା ଜଣାଯାଇଛି ।

SBI_Festive_Digital Billboard