ନୂଆଦିଲ୍ଲୀ, ୨୧/୧୧ : ରୋବର୍ଟ ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି। ୟୁକେସ୍ଥିତ ପ୍ରତିରକ୍ଷା ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରୋବର୍ଟ ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରୋବର୍ଟ ଭଦ୍ରାଙ୍କ ବୟାନ ଚଳିତ ବର୍ଷ ଜୁଲାଇରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ରେକର୍ଡ କରାଯାଇଥିଲା। ୨୦୧୬ରେ ଭଣ୍ଡାରୀଙ୍କ ଉପରେ ଆୟକର ବିଭାଗ ଚଢାଉ ପରେ ତଦନ୍ତ ଆରମ୍ଭ ହୋଇଥିଲା। ବିଦେଶୀ ସମ୍ପତ୍ତି ଓ ଅବୈଧ ଆର୍ଥିକ ନେଣଦେଣର ପୁରୁଣା ଅଭିଯୋଗର ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଚଳିତ ବର୍ଷ ଜୁଲାଇରେ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରାଯାଇଥିଲା। ସଞ୍ଜୟ ଭଣ୍ଡାରୀଙ୍କ ବିଦେଶୀ ସମ୍ପତ୍ତି ଓ ଆର୍ଥିକ ନେଣଦେଣରେ ଭଦ୍ରାଙ୍କ ସଂପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା। ଭଣ୍ଡାରୀଙ୍କ ଉପରେ ପୂର୍ବରୁ ବିଦେଶରେ ଅଘୋଷିତ ସମ୍ପତ୍ତି ରଖିବା ଅଭିଯୋଗ ଲାଗିଛି। ୨୦୧୬ରେ ଆୟକର ବିଭାଗ ଚଢଉରେ ସଞ୍ଜୟ ଭଣ୍ଡାରୀଙ୍କ ସହ ରବର୍ଟଙ୍କ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା। ସୂଚନାଯୋଗ୍ୟ ରବର୍ଟ ଭଦ୍ରା ତାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଯାଞ୍ଚ କରାଯାଉଥିବା କହିଛନ୍ତି।