ଭୁବନେଶ୍ୱର: ସରକାରୀ ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡିଏସିପି ଯୋଜନାରେ ୩ଥର ପ୍ରମୋସନ ମିଳୁଥିଲା । ଓପିଏସସି ଜରିଆରେ ନିଯୁକ୍ତି ପାଉଥିବା ଡାକ୍ତର ମାନେ ନିୟମିତ ନିଯୁକ୍ତି ପରଠାରୁ ଏହି ସୁବିଧା ପାଇବେ । ଏବେ ପ୍ରତି ୬ ବର୍ଷରେ ଡାକ୍ତରଙ୍କୁ ମିଳିବ ପ୍ରମୋସନ । ଚାକିରିର ୬, ୧୨, ୧୮ ଓ ୨୪ବର୍ଷରେ ପଦୋନ୍ନତି ମିଳିବ ।
ପୂର୍ବରୁ ଡାକ୍ତରମାନେ କ୍ୟାରିଅରର ୭, ୧୪ ଓ ୨୧ବର୍ଷରେ ପଦୋନ୍ନତି ପାଉଥିଲେ । DACP ନିୟମ ଲାଗୁ ହେବା ପରେ ଡାକ୍ତରମାନେ ଅଧିକ ପାରିଦର୍ଶିତା ଦେଖାଇବେ । ନୂଆ DACPରେ କ୍ୟାରିଅର ସହ ଆର୍ଥିକ ସୁବିଧା ପାଇବେ ଡାକ୍ତର । ୬ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ରୁ ୧୩ ଆର୍ଥିକ ସୁବିଧା ରହିଛି । ସେହିପରି ୧୨ବର୍ଷ ନିୟମିତ ପରେ ଲେବୁଲ ୧୩ରୁ ୧୪, ୧୮ବର୍ଷ ନିୟମିତ ପରେ ଲେବୁଲ ୧୪ରୁ ୧୫ ଓ ୨୪ବର୍ଷ ନିୟମିତ ପରେ ଲେବୁଲ ୧୫ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ।
ତେବେ ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତିଶୀଳ ନିଶ୍ଚିତ କ୍ୟାରିୟର ପ୍ରଗତି (ଡିଏସିପି) ରୁଲ୍ ଲାଗୁ କରାଯାଇଛି । ଏହି ଡିଏସିପି ନିୟମ ଲାଗୁ ହେବା ଫଳରେ ଡାକ୍ତରମାନେ ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ହୋଇ ପାରିବେ । ପୂର୍ବରୁ ଡାକ୍ତରମାନେ କ୍ୟାରିୟରରେ ୭, ୧୪, ୨୧ ବର୍ଷରେ ତିନିଥର ପ୍ରମୋସନ ପାଉଥିବା ବେଳେ ଏବେ ୬, ୧୨, ୧୮, ୨୪ ବର୍ଷରେ ପଦୋନ୍ନତି ପାଇବେ । ଚାକିରି ନିୟମିତ ହେବା ପରେ ଧାର୍ଯ୍ୟ ସମୟ ଅନୁସାରେ ଡାକ୍ତରଙ୍କ ପାଇଁ ବିଭିନ୍ନ ଲେବୁଲର ଆର୍ଥିକ ସୁବିଧା ରହିଛି ।