ନୂଆଦିଲ୍ଲୀ: ପୂର୍ବତନ ମହିଳା ଆଥଲେଟ ପିଟି ଉଷା ଇଣ୍ଡିଆ ଅଲିମ୍ପିକ ଆସୋସିଏସନ (ଆଇଓଏ)ର ନୂଆ ସଭାପତି ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । କାରଣ ଏହି ପଦ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।
ଭାରତର ପ୍ରଥମ ଅଲିମ୍ପିଆନ ଓ ମହିଳା ଆଥଲେଟ ଭାବେ ଆଇଓଏର ଏହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବେ । ଆସନ୍ତା ଡିସେମ୍ବର ୧୦ ତାରିଖରେ ଆଇଓଏର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଥିବାବେଳେ ପିଟି ଉଷାଙ୍କ ନାମ କେବଳ ଅଫିସିଆଲ ଭାବେ ଘୋଷଣା ହେବାକୁ ଅଛି ।
ଏସୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଜିତି ଇତିହାସ ରଚିଥିଲେ ଭାରତର ଏହି ଦୌଡ଼ରାଣୀ ପିଟି ଉଷା । IOA ସଭାପତି ନିର୍ବାଚିତ ହେବା ପରେ ପୂର୍ବତନ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ବର୍ତ୍ତମାନର ଆଇନ୍ ମନ୍ତ୍ରୀ କିରଣ ରିଜୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।