ନୂଆଦିଲ୍ଲୀ, ୧୮/୨: ପୁଡୁଚେରୀରେ କଂଗ୍ରେସ ସରକାର ଉପରେ ସଙ୍କଟ ମାଡିଆସୁଛି । କଂଗ୍ରେସ ବିଧାୟକ ଜନ କୁମାରଙ୍କ ଇସ୍ତଫା ପରେ ନାରାୟଣସ୍ବାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି । ପୁଡୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ବାମୀଙ୍କୁ ୨୨ ଫେବୃଆରୀ ସନ୍ଧ୍ୟା ୫ରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରାଇବାକୁ ନିର୍ଦେଶ ଦେଇଛନ୍ତି।
୧୬ ଫେବୃଆରୀରେ କଂଗ୍ରେସ ବିଧାୟକ ଜନ କୁମାର ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତ ଗୋଟିଏ ମାସରେ ୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ପରେ ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଶାସକ କଂଗ୍ରେସ ଏବଂ ଡିଏମକେ ମେଣ୍ଟ ସରକାରର ସଂଖ୍ୟା କମି ୧୪ରେ ପହଞ୍ଚିଛି।