ନୂଆଦିଲ୍ଲୀ, ୧୯/୦୪ : ଆଇପିଏଲରେ ପଞ୍ଜାବ କିଙ୍ଗସ ୫ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ବର୍ଷା ଯୋଗୁଁ ମ୍ୟାଚ୍ ୧୪ ଓଭରକୁ ହ୍ରାସ କରାଯାଇଥିଲା। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ କରିବାକୁ ବାଛିଥିଲା। ୯ ୱିକେଟ୍ ହରାଇ ଆରସିବି ୯୫ ରନ୍ ସଂଗ୍ରହ କରିଥିଲା। ପଞ୍ଜାବ ମାତ୍ର ୧୨.୧ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିନେଇଥିଲା। ପଞ୍ଜାବ ପକ୍ଷରୁ ୟୁଜଭେନ୍ଦ୍ର ଚହଲ, ମାର୍କୋ ଜାନସେନ୍, ଅର୍ଶଦୀପ ସିଂହ ଏବଂ ହରପ୍ରୀତ୍ ବ୍ରାର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ନେହାଲ ୱାଧେରା ୧୯ ବଲ୍ରେ ୩୩ ରନ୍ କରି ଦଳକୁ ବିଜୟୀ କରାଇଥିଲେ। ବାଙ୍ଗାଲୋରର ଟିମ୍ ଡେଭିଡ୍ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଜୋଶ ହାଜେଲଉଡ୍ ୩ଟି ୱିକେଟ ନେଇଥିଲେ।