ପଞ୍ଜାବ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ନବବିବାହିତ ଦମ୍ପତିଙ୍କୁ ସେମାନଙ୍କ ବିବାହକୁ ନେଇ ଅଭିନନ୍ଦନ ଜଣାଉଛନ୍ତି। ବାସ୍ତବରେ, ଯେତେବେଳେ ମୁଖ୍ୟମନ୍ତ୍ରୀ ବାଠିଣ୍ଡାଗସ୍ତରେ ଯାଉଥିଲେ, ହଠାତ୍ ମଣ୍ଡି କାଲନ ଗ୍ରାମରେ ଅଟକି ଯାଇ ନବ ବିବାହିତ ଦମ୍ପତିଙ୍କୁ ବୈବାହିକ ଜୀବନର ଶୁଭକାମନା ଜଣାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ପଞ୍ଜାବ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ନବ ବିବାହିତ ଦମ୍ପତିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ସେ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଥିବାର ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ଚରଣଜିତ ସିଂ ଚାନ୍ନି ମଧ୍ୟ ଖୁସିରେ ମିଠା ବି ଖାଉଛନ୍ତି। ହଠାତ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ପାଇବା ପରେ ନବ ବିବାହିତ ଦମ୍ପତି ବହୁତ ଖୁସି ହୋଇଯାଇଥିଲେ।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ସାଧାରଣ ମଣିଷ ହୋଇ ମୁଖ୍ୟମନ୍ତ୍ରୀ ଯେପରି ସମସ୍ତଙ୍କୁ ଭେଟୁଛନ୍ତି, ଏହା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ମୁଁ ମୁଖ୍ୟମନ୍ତ୍ରୀଙ୍କ ଜଣେ ପ୍ରଶଂସକ ହୋଇସାରିଛି ।