ମିଲିଟାରୀ ଷ୍ଟେସନ ଭିତରେ ଗୁଳିକାଣ୍ଡ : ୪ ଯବାନ ଶହୀଦ୍‌‌

ଚଣ୍ଡିଗଡ ୧୨/୦୪ : ବୁଧବାର ଦିନ ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି। ଭୋର ପ୍ରାୟ ୪ଟା ୩୫ରେ ଗୁଳିକାଣ୍ଡ ଘଟିଥିବା ବେଳେ କିଏ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ସମସ୍ତ ଅଞ୍ଚଳକୁ ସିଲ୍‌‌ କରାଯିବା ସହ ତଲାସି ଅଭିଯାନ ଜୋରଦାର କରାଯାଉଛି। ଏହା ଆତଙ୍କୀ ହାମଲା ନୁହେଁ ବୋଲି ପଞ୍ଜାବ ପୁଲିସ କହିଛି। ୨ ଦିନ ତଳେ ଷ୍ଟେସନରୁ ଏକ ରାଇଫଲ କ୍ୟାମ୍ପରୁ ଗାଏବ ହୋଇଥିଲା ବୋଲି ସୂଚନା ମିଳିଛି। ଏହାସହ ଏହି ଘଟଣା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହେବା ସହ ଉକ୍ତ ଅଞ୍ଚଳ ନିକଟବର୍ତ୍ତୀ ସ୍କୁଲ ଗୁଡିକୁ ଛୁଟି କରାଯାଇଛି।

SBI AD