ଭୁବନେଶ୍ୱର, ୧୬/୦୪ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଅତ୍ୟାଧୁନିକ ଡ୍ରୋନ କ୍ୟାମେରା ଦ୍ବାରା ଭିଡ ନିୟନ୍ତ୍ରଣ ,ଟ୍ରାଫିକ ସୁପରିଚାଳନା କରାଯିବ । ଆସନ୍ତା ଏପ୍ରିଲ ୩୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମେ ମାସ ଶେଷ ସୁଦ୍ଧା ସବୁ ବିଭାଗ ନିଜ ନିଜ କାର୍ଯ୍ୟ ସାରିବାକୁ ନିର୍ଦ୍ଧେଶ ଦିଆଯାଇଛି ।ଶ୍ରୀମନ୍ଦିରରେ ନୀତି ସଂପାଦନ ,ରଥ ସାମଗ୍ରୀ ଓ ରଥ ନିର୍ମାଣ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଓ ପରିମଳ ସେବା,ରାସ୍ତା ଘାଟ ନିର୍ମାଣ ,ପାନୀୟ ଜଳ ଯୋଗାଣ ,ପରିବହନ ,ରେଳ ସେବା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ସହରରେ ଥିବା ପ୍ରାୟ ୬୦ ପ୍ରତିଶତ ନାଳ ସଫେଇ ସରିଛି । ଆସନ୍ତା ୧୯ ତାରିଖରେ ଛତିଶା ନିଯୋଗ ବୈଠକ ବସି ଅକ୍ଷୟ ତୃତୀୟା ତିଥି ଚୁଡାନ୍ତ ହେବ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଥିବା ସିସିଟିଭି କ୍ୟାମେରା ଦ୍ବାରା ଗହଳି ନିୟନ୍ତ୍ରଣ ,ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଉଛି । ଖରାପ ହୋଇଥିବା ସିସିଟିଭି କ୍ୟାମେରା ସଜଡ଼ା ଯିବ ବୋଲି ଏସପି କହିଛନ୍ତି ।