କାମ ନାହିଁ ତା ଦରମା ନାହିଁ : ୭୨ ଜଣ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ପୁରୀ ଡିଇଓ

ଭୁବନେଶ୍ୱର, ୨୨/୦୧ : ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯେପର୍ଯ୍ୟନ୍ତ ନିର୍ଦ୍ଦେଶ ପାଳନ ନ ହୋଇଛି ସେପର୍ଯ୍ୟନ୍ତ ଦରମା ବନ୍ଦ । ପୁରୀ ଜିଲ୍ଲା ଶିକ୍ଷାଧିକାରୀ ୭୨ ଜଣ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ବିଦ୍ୟାଳୟରେ ସାପ କାମୁଡ଼ା ଏବଂ ବଜ୍ରପାତକୁ ନେଇ ସଚେତନତା ସୃଷ୍ଟି କରିବାକୁ ସଚେତନତା ଶିବିର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପ୍ରତି ବିଦ୍ୟାଳୟକୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ମାତ୍ର ପୁରୀ ଜିଲ୍ଲାରେ କିଛି ପ୍ରଧାନ ଶିକ୍ଷକ ସରକାରୀ ନିର୍ଦ୍ଦେଶକୁ ପାଳନ କରିନଥିବା ଦେଖାଯାଇଛି । ଏପିରିକି ବାରମ୍ବାର କୁହାଯିବା ପରେ ମଧ୍ୟ ଖାତିର କରିଥିଲେ । ଯେଉଁଥିପାଇଁ ଡିଇଓ ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।