ଭୁବନେଶ୍ୱର, ୦୮/୦୪ : ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜୀଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବ୍ରହ୍ମପୁରରେ ତାରାତାରିଣୀ ଦର୍ଶନ ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସପ୍ତାହେ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ହେବ। ପରିଚାଳନା କମିଟି ପରେ ହୁଣ୍ଡି ଉଠାଇବା ନିଷ୍ପତ୍ତି ଅନୁମୋଦିତ ହେବ । ପରିଚାଳନା କମିଟିର ପ୍ରସ୍ତାବ ଓ ସରକାରଙ୍କ ଅନୁମତି ପରେ ହୁଣ୍ଡି ସ୍ଥାନାନ୍ତର ହେବ।