ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କ ପାଇଁ ସ୍ମାର୍ଟ ଫୋନ୍ ମନା

ପୁରୀ, ୨୫/୧୧: ଶ୍ରୀମନ୍ଦିର ଭିତରକୁ ପୋଲିସ କର୍ମଚାରୀ ସ୍ମାର୍ଟ ଫୋନ ନେଇପାରିବେ ନାହିଁ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି ।

ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ SP ଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ୱାର ଶ୍ରୀଜୀଉଙ୍କ ଫଟୋ ଭାଇରାଲ ପରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ ।

SBI_Festive_Digital Billboard