ଆଜି ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର : ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର, ୨୩/୦୯ : ଆଜି ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର । ପୁରୀ ଶ୍ରୀମନ୍ଦିର ଅସ୍ଥାୟୀ ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତରଣ ପ୍ରକ୍ରିୟାର ଏକ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ କରାଯିବ l ଏଥିପାଇଁ ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ଅଳଙ୍କାର ସ୍ଥାନାନ୍ତର ସମୟରେ ସେବାୟତଙ୍କ ଉପରେ କଟକଣା ରହିବ ନାହିଁ । ରତ୍ନଭଣ୍ଡାର ସବ୍ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ । ଅଳଙ୍କାର ସ୍ଥାନାନ୍ତର ସମୟରେ କେବଳ ଅଧିକୃତ ଓ ପାଳିଆ ସେବାୟତ ହିଁ ପ୍ରବେଶ କରିପାରିବେ । ମହାପ୍ରସାଦ ଲାଗି ଇଛୁକ ଭକ୍ତମାନେ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ଭିତର ଓ ବାହାର ସାଢ଼େ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ l ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ଗତ୨୦୨୪ ଜୁଲାଇରେ ରତ୍ନ ଭଣ୍ଡାରର ସବୁ ଅଳଙ୍କାର ଅସ୍ଥାୟୀ ବାହାର ଭଣ୍ଡାରକୁ ସ୍ଥାନାନ୍ତର ହୋଇଥିଲା l ମରାମତି କାର୍ଯ୍ୟ ସରିବା ପରେ ମୂଳ ରତ୍ନଭଣ୍ଡାରକୁ ଫେରିବ ସମସ୍ତ ରତ୍ନ ଅଳଙ୍କାର l

SBI_Festive_Digital Billboard