ଭୁବନେଶ୍ବର,୧/୮ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ଚଳଚ୍ଚିତ୍ରରେ ସବ୍ୟସାଚୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସେହିଭଳି ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ଚଳଚ୍ଚିତ୍ର ‘ଯବାନ’ ପାଇଁ ଶାହରୁଖ ଖାନ୍ ଶ୍ରେଷ୍ଠ ଅଭିନେତା ଏବଂ ବିଧୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ୧୨th ଫେଲ୍ ପାଇଁ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା ମନୋନୀତ ହୋଇଛନ୍ତି । ‘ମିସେସ୍ ଚାଟାର୍ଜୀ VS ନରୱେ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ରାଣୀ ମୁଖାର୍ଜୀ । ‘ରକି ଔର ରାନୀ କି ପ୍ରେମ୍ କାହାନୀ’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ବୋଲି ଘୋଷଣା ହୋଇଛି ।