ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ, ୦୭/୦୮ : ଅଗଷ୍ଟ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏହି ସୂଚନା ଦେଇଛନ୍ତି । ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଗୋଇଗୁଙ୍କ ସହ ବୈଠକରେ ଡୋଭାଲ୍ କହିଛନ୍ତି, ‘ଏବେ ଆମ ସମ୍ପର୍କ ଅତି ନିବିଡ଼ ହୋଇଛି, ଯାହାକୁ ଆମେ ବେଶ ଗୁରୁତ୍ୱ ମଧ୍ୟ ଦେଉଛୁ । ଆମ ଦୁଇ ଦେଶ ମଧ୍ୟରେ ଏକ ମଜଭୁତ ସହଭାଗିତା ରହିଛି ଓ ଆମେ ଉଚ୍ଚ ସ୍ତରରେ ଏହା ଉପରେ ଆଲୋଚନା କରୁଛୁ ।’ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ଆଲୋଚନା ହୋଇପାରେ । ଅପରେସନ ସିନ୍ଦୂର ଉପରେ ଡୋଭାଲଙ୍କ ଏହା ପ୍ରଥମ ମସ୍କୋ ଯାତ୍ରା ଅଟେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାତାର ଭାରତ ଓ ରୁଷ ସମ୍ପର୍କ ଉପରେ ଟିପ୍ପଣୀ ଭିତରେ ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

SBI_Festive_Digital Billboard