ବାୟୁସେନାରେ ସାମିଲ ହେଲା ରାଫେଲ, ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୧୦/୯ : ଭାରତ ଏବଂ ଚୀନ ସୀମା ବିବାଦ ମଧ୍ୟରେ ଆଜି ଅମ୍ବାଲା ଏୟାରବେସରେ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯାଇଛି। ଅମ୍ବାଲା ଏୟାରବେସରେ ଏକ ବିଶାଳ ସମାରୋହ ଆୟୋଜିତ ହୋଇଛି | ରାଫେଲ ବିମାନକୁ ପାଣି ତୋପ ସହିତ ଅଭିବାଦନ କରି ବାୟୁସେନାରେ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲି, ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦଉରିଆ ଏବଂ ଅନ୍ୟମାନେ ଯୋଗ ଦେଇଛନ୍ତି। ଏହି ବିମାନଟି ବାୟୁସେନାର ୧୭ ତମ ସ୍କ୍ୱାଡ୍ରନରେ ସାମିଲ କରାଯିବ |