ନୂଆଦିଲ୍ଲୀ : ବାୟୁସେନାରେ ନୂଆ କରି ସାମିଲହୋଇଥିବା ରାଫେଲ ଯୁଦ୍ଧବିମାନଗୁଡିକ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ରାତ୍ରିକାଳୀନ ଅଭ୍ୟାସ ଉଡାଣ କରିଛି। ରାଫେଲ ଯୁଦ୍ଧବିମାନଗୁଡିକ ସ୍କାଲପ୍ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପରିବହନ ପୂର୍ବକ ଅଭ୍ୟାସ ଉଡାଣ କରିଥିଲା। ଏଲଏସିର ଲଦାଖରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ନିଜର ପ୍ରସ୍ତୁତି ଚଳାଇଥିବାବେଳେ ଏହି ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଛି।