ବିମୁଦ୍ରାୟନ, ଜିଏସଟି ଓ କୃଷି ଆଇନ ମୋଦି ସରକାରଙ୍କ ୩ ବଡ଼ ଭୁଲ : ରାହୁଳ ଗାନ୍ଧୀ

ହରିଆଣା,୬/୧୦: ବିମୁଦ୍ରାୟନ, ଜିଏସଟି ଏବଂ ଏହାପରେ କୃଷି ଆଇନ ମୋଦୀ ସରକାରଙ୍କର ୩ଟି ବଡ଼ ଭୁଲ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ । ପଞ୍ଜାବରୁ ଟ୍ରାକ୍ଟର ରାଲିରେ ହରିଆଣା ଯିବା ଅବସରରେ ଏହି ୩ଟି ବ୍ୟବସ୍ଥାକୁ ମୋଦୀ ସରକାରଙ୍କ କଳା ଆଇନ ବୋଲି ରାହୁଳ ଉଲ୍ଲେଖ କରିଛନ୍ତି । ଏହା ବିରୋଧରେ କଂଗ୍ରେସ ଲଢ଼େଇ ଚଳାଇଛି ଓ ଭବିଷ୍ୟତରେ ମଧ୍ୟ ଅବ୍ୟାହତ ରହିବ ବୋଲି ରାହୁଳ କହିଛନ୍ତି

ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଥମେ ବିମୁଦ୍ରୀକରଣ ହୋଇଥିଲା, ଗରିବ ଲୋକମାନେ ଏଥିରେ ବଳି ପଡ଼ିଥିଲେ । ଏହାପରେ ଜିଏସଟି ଆସିଲା , ଏଥିରେ ବ୍ୟବସାୟୀମାନେ ହରକତ ହେଲେ । ତାଲାବନ୍ଦ କରାଗଲା, ଗରିବ ଲୋକମାନେ ରାସ୍ତାରେ ପୋକମାଛିପରି ମଲେ । ଯେତେବେଳେ ମୁଁ କରୋନା ବିଷୟରେ କହିଥିଲି, ସେତେବେଳେ ମୋତେ ଥଟ୍ଟା କରିଥିଲେ, ଜଣେ ୨୦୨୧ ଦିନ ମଧ୍ୟରେ କରୋନା ଶେଷ ହେବ ବୋଲି କହିଥିଲେ । ମାତ୍ର ସେମାନେ କରୋନା କ’ଣ ଜାଣନ୍ତି ନାହିଁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ତିନୋଟି କୃଷି ନିୟମ ବୁଝନ୍ତି ନାହିଁ । ଆଜି କମ୍ ମଣ୍ଡି ଅଛି, କେତେକ ସ୍ଥାନରେ ଦୁର୍ନୀତି ହୋଇଛି କିନ୍ତୁ ବର୍ତମାନ ଯେଉଁ ନିୟମ କରାଯାଇଛି ତାହା ଦ୍ବାରା ଚାଷୀ ବଞ୍ଚିବ ନାହିଁ | ପ୍ରଧାନମନ୍ତ୍ରୀ ମୋଦୀ କେବଳ ଅମ୍ବାନୀ ଏବଂ ଆଦାନୀଙ୍କ ପାଇଁ ରାସ୍ତା ସଫା କରୁଛନ୍ତି। ଆଜି ଗଣମାଧ୍ୟମ ମୁକ୍ତ ନୁହେଁ କିମ୍ବା କୋର୍ଟ ମଧ୍ୟ ମୁକ୍ତ ନୁହଁନ୍ତି, ସେଥିପାଇଁ ବିରୋଧୀ ଦୁର୍ବଳ। ନରେନ୍ଦ୍ର ମୋଦୀ ୮୦୦୦ କୋଟି ମୂଲ୍ୟର ଦୁଇଟି ବିମାନ କିଣିଛନ୍ତି, ଯେହେତୁ ତାଙ୍କ ସାଙ୍ଗ ଟ୍ରମ୍ପଙ୍କର ମଧ୍ୟ ସମାନ ଧରଣର ବିମାନ ଅଛି ବୋଲି ରାହୁଳ କହିଛନ୍ତି ।