ନୂଆଦିଲ୍ଲୀ,୨୦ /୪: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କରୋନା । ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ ଆସିଛି ବୋଲି ରାହୁଲ କହିଛନ୍ତି।
ରାହୁଲ ଆହୁରି କହିଛନ୍ତି, ନିକଟରେ ଯେଉଁ ବ୍ୟକ୍ତିମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ ନିଜକୁ ସୁରକ୍ଷିତ ରଖିବା ସହିତ ପରୀକ୍ଷା କରାଇନେବାକୁ ରାହୁଲ ଅନୁରୋଧ କରିଛନ୍ତି।