ସୋନିଆଙ୍କ ସହ ଫଟୋ ଶେୟାର କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଆଜି ତାଙ୍କ ସହ ମା’ ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ଗାନ୍ଧି ପରିବାର ବ୍ୟତୀତ ହଜାର ହଜାର ସାଧାରଣ ଲୋକ ଓ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କ ପଦଯାତ୍ରାରେ ନିଜକୁ ସାମିଲ କରିଛନ୍ତି।

ତେବେ ରାହୁଲ ଗାନ୍ଧି ଏହି ପଦଯାତ୍ରା ବେଳେ ଆଜି ସୋନିଆ ଗାନ୍ଧିଙ୍କ ସହ ଶେୟାର କରିଥିବା ଗୋଟିଏ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ରାହୁଲ ମା’ ସୋନିଆଙ୍କୁ ପଛପଟୁ କୁଣ୍ଢାଇ ଧରିଛନ୍ତି। ଏହି ଫଟୋକୁ ଟ୍ୱିଟ କରି ରାହୁଲ ଲେଖିଛନ୍ତି, “ଯେଉଁ ଭଲ ପାଇବା ମା’ ଙ୍କ ଠାରୁ ପାଇଛି, ସେସବୁ ଦେଶରେ ବାଂଟୁଛି”।ରାହୁଲଙ୍କ ଏହି ଟ୍ୱିଟକୁ ଅନେକ ଲୋକ ଶେୟାର କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି।

ଆଉ ଏକ ଫଟୋରେ ରାହୁଲ ଗାନ୍ଧି ସର୍ବସମ୍ମୁଖରେ ସୋନିଆଙ୍କୁ ଜୋରରେ କୁଣ୍ଢାଇ ଧରିଛନ୍ତି। ସେହିପରି ଆଉ ଗୋଟିଏ ଫଟୋରେ ମା’ ଓ ପୁଅ କୌଣସି ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ରାହୁଲ ଓ ସୋନିଆ ଆଜି ପାଦରେ ପାଦ ମିଶାଇ ଚାଲିବା ବେଳେ କଂଗ୍ରେସ କର୍ମୀମାନେ ବେଶ ଉତ୍ସାହିତ ହୋଇ ନାରାବାଜୀ କରିଛନ୍ତି।

ସେ ମାତ୍ର କିଛି ବାଟ ଚାଲିବା ପରେ ବିଶ୍ରାମ ନେଇଥିଲେ। କିନ୍ତୁ ସୋନିଆ ଯେତିକି ସମୟ ଚାଲିଥିଲେ ସେତିକି ସମୟରେ ସମସ୍ତେ ବେଶ ଜୋଶର ସହ ଆଗକୁ ବଢ଼ିଥିଲେ।

 

SBI AD