ସମ୍ବଲପୁର, ୧୦/୯ : ଆଜି ସକାଳୁ ସମ୍ବଲପୁରରେ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ଏକାସାଙ୍ଗରେ ୨୨ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୋଲିସ ।ଏମାନଙ୍କଠାରୁ ୨୦ଟି ମୋବାଇଲ ଫୋନ ଜବତ କରିବା ସହ ୨ ଲକ୍ଷ ୯୯ ହଜାର ୨୨୦ ଟଙ୍କା ଜବତ ହୋଇଛି । ଏମାନଙ୍କ ମଧ୍ୟରେ ହୀରାକୁଦ, ଝାରସୁଗୁଡା, ବ୍ରଜରାଜନଗର ଓ ସମ୍ବଲପୁର ସହରର ବିଭିନ୍ନ ଅଂଚଳର ପେଶାଦାର ଜୁଆଡି ସାମିଲ ଅଛନ୍ତି ।