ଭୁବନେଶ୍ୱର, ୧୭/୦୨ : ଟାଙ୍ଗୀ ପୋଲିସକୁ ମିଳିଛି ବଡ଼ ସଫଳତା । ଜୁଆ ଆଡ୍ଡାରେ ଚଢ଼ାଉ । ୨୦ ଜୁଆଡ଼ି ଗିରଫ । ଗତକାଲି ରାତିରେ ଜଙ୍ଗଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୨୦ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ୧୦ଲକ୍ଷ ୩୮ହଜାର ୫୦୦ଟଙ୍କା, ଗୋଟିଏ ଦାମୀ କାର, ୪ଟି ବାଇକ, ୨୦ଟି ମୋବାଇଲ ସମେତ ୧୦ମୁଠା ତାସ ଜବତ ହୋଇଛି । ଓଡିଶାର ବିଭିନ୍ନ ଜିଲ୍ଲାର ଜୁଆଡ଼ି ଏଠାକୁ ଆସନ୍ତି । ଆଉ କୋଟି କୋଟି ଟଙ୍କାର ଜୁଆ ଖେଳ ଚାଲେ। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଚଢାଉ କରିଥିଲା ।