ଜୁଆ ଆଡ୍ଡା ଉପରେ ଚଢାଉ : ୨୭ ଗିରଫ

0

ଭୁବନେଶ୍ୱର, ୧୩/୧୨ :  ବରଗଡ଼ ଜିଲ୍ଲା ଭଟଲି ରାସ୍ତାରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ଚାଲିଥିବା ଏକ ବଡଧରଣର ଜୁଆ ଆଡ୍ଡା ଉପରେ ରେଡ କରିଛି ବରଗଡ଼ ପୋଲିସ । ହୋଟେଲ ମାଲିକଙ୍କ  ସମେତ ୨୭ ଜଣକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆନ୍ତଃ ରାଜ୍ୟ ଲିଙ୍କ ରହିଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ହୋଟେଲ ଭିତରେ ଜୁଆ ଖେଳୁଥିବା ୨୭ଜଣ ଜୁଆଡି ସମେତ ହୋଟେଲ ମାଲିକ ପ୍ରତାପ ନାୟକ, ଚାରୋଟି କାର, ୩୦ରୁ ଅଧିକ ମୋବାଇଲ ଓ ଲକ୍ଷାଧିକ ଟଙ୍କା ଜବତ କରିଛି ବରଗଡ଼ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ବରଗଡ଼ ଟାଉନ ଥାନାରେ ଅଟକ ରଖିଥିବା ବେଳେ ଆନ୍ତରାଜ୍ୟ ଲିଙ୍କ ରହିଥିବା ସୂଚନା ମିଳିଛି । ସହର ମଧ୍ୟରେ ରହିଥିବା ଉକ୍ତ ହୋଟେଲରେ ଦୀର୍ଘଦିନ ହେଲା ଜୁଆ ସମେତ ଅସାମାଜିକ କାର୍ଯ୍ୟ ଚାଲୁଥିବାନେଇ ବରଗଡ଼ ପୋଲିସ ଅନୁମାନ କରିଛି ।

Leave A Reply

Your email address will not be published.