ବର୍ଷାଦିନେ ନିଜ ସ୍ୱାସ୍ଥ୍ୟ ତଥା ଘର, ପରିବେଶ ପ୍ରତି ସତର୍କ ରହିବା ଆବଶ୍ୟକ। ଘରେ ଆପଣଙ୍କର କାଠର ଆସବାବପତ୍ର, କପଡ଼ା, ଜୋତା ଇତ୍ୟାଦିର ସଫା ଏଇ ସମୟରେ କରିବା ଜରୁରୀ।
– ଏକ ବ୍ରଶ୍ରେ ସାମାନ୍ୟ ତେଲ ନେଇ କାଠ ଆସବାବପତ୍ରରେ ଲଗାଇଲେ, ସେସବୁ ଖରାପ ହୋଇନଥାଏ।
– ବର୍ଷା ଋତୁରେ କପଡ଼ାରୁ ଦୁର୍ଗନ୍ଧ ଆସିଥାଏ। କପଡ଼ା ଧୋଇବା ସମୟରେ ଲୁଗା ସଫା ପାଉଡରରେ ଭିନେଗାର୍ ଅଳ୍ପ ମିଶାଇ ସଫା କରନ୍ତୁ। ଏହା ସହ ଆଲମାରିରେ କପଡ଼ା ଥାକରେ ଲବଙ୍ଗ, ଗନ୍ଧକର୍ପୂର ରଖିଲେ କପଡ଼ା ସତେଜ ରହେ।
– ବର୍ଷାଦିନେ ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ଓଦା ଜୋତା। ଏଥିରେ ଟିସୁ ପେପର, ଖବରକାଗଜ ରଖିଲେ ଜୋତା ଶୀଘ୍ର ଶୁଖିଯାଏ।