ଉପକୂଳ ଏବଂ ଉତ୍ତର ଓଡିଶାର ପ୍ରବଳ ବର୍ଷା

0

ଗତ ଦୁଇଦିନ ଧରି ଉପକୂଳ ଏବଂ ଉତ୍ତର ଓଡିଶାର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ତୁହାକୁ ତୁହା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ବାଂଲାଦେଶ ଉପକୂଳରେ ଥିବା ଘୂର୍ଣ୍ଣିବଳୟ ବୁଧବାର ଓଡିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, ଝାରସୁଗୁଡା, ଗଜପତି, ଗଞ୍ଜାମ, ନୟାଗଡ ଏବଂ ବୌଦ୍ଧ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ ଏବଂ ସମ୍ବଲପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉପକୂଳରେ ଥିବା ଘୂର୍ଣ୍ଣିବଳୟ ବୁଧବାର ମଧ୍ୟରାତ୍ରି ସୁଦ୍ଧା ଛତିଶଗଡ ଉପରକୁ ଚାଲିଯିବ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ। ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ପରିମାଣ ହ୍ରାସ ପାଇବା ନେଇ ପାନପାଗ ବିଭାଗର ସୂଚନା ରହିଛି ।

Leave A Reply

Your email address will not be published.