କୋଭିଡ କଟକଣା ଉଲ୍ଲଙ୍ଘନ କରି ଜୋରିମାନା ଦେଲେ ରାଜ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମାସ୍କ ନପିନ୍ଧି ହରଡ଼ଘଣାରେ ପଡିଛନ୍ତି । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ତାଙ୍କଠାରୁ ପ୍ରଶାସନ ପକ୍ଷରୁ ୧ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ସେ ମୁମ୍ବାଇରୁ ମାଣ୍ଡଓ୍ଵାକୁ ଯାତ୍ରା କଲାବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସେ ମାଣ୍ଡଓ୍ଵାକୁ ରୋରୋରେ ( ଛୋଟ ଜାହାଜ) ଯାତ୍ରା କରୁଥିଲେ । ଏହି ସମୟରେ ସେ ମାସ୍କ ପିନ୍ଧିନଥିଲେ ଓ ସିଗାରେଟ ମଧ୍ୟ ଟାଣୁଥିଲେ । ଏହାକୁ ଦୃଷ୍ଟିରେ ରଖି ଜାହାଜର କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ୧ ହଜାର ଟଙ୍କାର ଜୋରିମନା କଟାଯାଇଥିଲା । ସେ ମଧ୍ୟ ଏହାକୁ ଦେଇଥିଲେ ।