କେନ୍ଦ୍ରାପଡ଼ା,୫/୯: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବାର ଜଣାପଡିଛି l ସୂଚନାରୁ ପ୍ରକାଶ ରାଜକନିକା ଥାନା ତରlସ ଗ୍ରାମର ଗଣେଶ ସାମଲଙ୍କ ସନସାଳିକୁ ଅlଳିଥାନl ସାନଆଙ୍କୁଅ ଗ୍ରାମର ସୁରେନ୍ଦ୍ର ବସନ୍ତିଆ ବିବାହ କରିଥିଲେ l ମାତ୍ର ବିବାହ ପରେ ସୁରେନ୍ଦ୍ରଙ୍କ ପରିବାରର ନିର୍ଯ୍ୟାତନା ନେଇ କିଛି ଦିନ ହେବ ପତ୍ନୀ ଶାଶୁଘର ଛାଡି ଭୁବନେଶ୍ୱରସ୍ଥ ପିତାଙ୍କ ଘରେ ରହୁଛନ୍ତି l ପତି ସୁରେନ୍ଦ୍ରଙ୍କ ବିରୁଦ୍ଧରେ ପତ୍ନୀ ନ୍ୟାୟାଳୟରେ ନ୍ୟାୟଭିକ୍ଷା କରଛନ୍ତି l ଏନେଇ ସୁରେନ୍ଦ୍ର ଶ୍ୱଶୁର ଘର ଲୋକ ଓ ବଡ଼ ସଢୁ ଗଣେଶ ଙ୍କ ଉପରେ ଆକ୍ରୋଶ ପରାୟଣ ହୋଇଉଠିଛନ୍ତି l ଯାହାନେଇ ସାନ ସଢୁ ସୁରେନ୍ଦ୍ର ଆକ୍ରୋଶ ମୂଳକ ଭାବେ ବଡ଼ ସଢୁଙ୍କ ଘରେ ପହଂଚି ତର୍କ ବିତର୍କ ଆରମ୍ଭ କରିଥିଲେ l ଏପରିକି ପରେ ପରେ ହାତାହାତି ହୋଇଥିଲେ l
ଏଭଳି ପରିସ୍ଥିତି ରେ ଆକ୍ରମଣାତ୍ମକ ଭାବେ ସୁରେନ୍ଦ୍ର ବଡ଼ ସଢୁଙ୍କୁ ଭୁଜାଲିରେ ଚୋଟ ପକାଇ ମାରି ଦେଇଥିଲେ l ଗଣେଶଙ୍କୁ ସୁରକ୍ଷା ଦେବା ଲାଗି ଆସି ତାଙ୍କ ଵୃଦ୍ଧା ମା ଓ ପତ୍ନୀ ଭୁଜାଲି ଚୋଟରେ ଆହତ ହୋଇଛନ୍ତି l ଆହତ ଦୁଇ ଜଣ ପ୍ରଥମେ ରାଜକନିକା ଓ ପରେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି l ଅନ୍ୟପଟେ ସୁରେନ୍ଦ୍ର ଗଣେଶ ର ସଙ୍କଟାପନ୍ନ ଅବସ୍ଥା ଦେଖି ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ l ମାତ୍ର ଗାଁ ଲୋକେଏପଟେ ସାନ ସଢୁଙ୍କୁ ଅଟକ ରଖିଥିବା ବେଳେ ସେପଟେ ବଡ଼ ସଢୁ ଗଣେଶଙ୍କୁ ରାଜକନିକା ଡାକ୍ତର ମୃତ ଘୋଷଣା କରିଛି l ଘଟଣାର ସବିଶେଷ ରାଜକନିକା ପୋଲିସ ଅନୁସନ୍ଧାନ ଚଳାଇଥୁବାର ଜଣାପଡିଛି l