ରାଜନଗର ବଧୂ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ଥାନା ସମ୍ମୁଖରେ ଧାରଣା ଦେଲେ ମହିଳା

କେନ୍ଦ୍ରାପଡା,୫/୯: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ସମ୍ମୁଖରେ ସ୍ଥାନୀୟ ମହିଳା ମାନେ ବଧୂ ହତ୍ୟା ଘଟଣାରେ ତ୍ୱରିତ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି l ଥାନା ଅଧିନସ୍ଥ ବ୍ରାହ୍ମଣ ସାହି ପଂଚାୟତ ଜୟପୁର ଗାଁର ଅକ୍ଷୟ ସ୍ୱାଇଁଙ୍କ ଝିଅ ପୁର୍ଣିମା ୨ ବର୍ଷ ତଳେ ସେହି ଥାନା ଅଧୀନ ବଡ଼କୋଟ ଗ୍ରାମ ମଙ୍ଗୁଳି ଦାସଙ୍କ ପୁଅ ନରେଶକୁ ବୈଦିକ ରୀତିରେ ବିବାହ କରିଥିଲେ l ମାତ୍ର ଶାଶୁଘର ଲୋକେ ମିଳିତ ଭାବେ ପୁର୍ଣିମାକୁ ନିର୍ଯ୍ୟାତନା ଦେବା କଥା ବାପ ଘର ଲୋକେ କୁହନ୍ତି l ନିର୍ଯ୍ୟାତନା ସହି ନପାରି ବାପଘରେ କିଛି ଦିନ ରହିବା ପରେ ଶାଶୁ ଘର ଲୋକେ ଥାନାରେ ଲେଖାପଡା କରି ନେବା ପରଠୁ ଆଉ ବାପ ଘର ଛାଡି ନଥିଲେ l ଏହାରି ଭିତରେ ଏକ ବର୍ଷ ବିତିଯାଇଥିଲେବି ଶାଶୁ ଘରେ ରହୁଥିବା ବେଳେ ମିଳିତ ଆକ୍ରମଣରେ ପୁର୍ଣିମାଙ୍କର ମୃତ୍ୟୁ ହୋଇଯାଇଛି l ଯୌତୁକ ବାବଦ ବାପଘରୁ 50,000ଟଙ୍କା ଆଣିବାକୁ ଶାଶୁ ଘର ଲୋକେ କହିବା ପରେ ବି ପୁର୍ଣିମା କର୍ଣ୍ଣପାତ କରୁନଥିଲା l ଯାହାନେଇ ଶାଶୁ ଶାନ୍ତିଲତାଦାସ , ଯା ସୁଲୋଚନା ଦାସ, ଦେଢ଼ଶୁର ମାନସ ଦାସ ଓ ସ୍ୱାମୀ ନରେଶ ଦାସ ମିଳିମିଶି ମାରିଦେଇଥିଲେ l

ଗତମାସ ୩୧ତାରିଖ ଦିନ ଝିଅର ମୃତ୍ୟୁ ହୋଇଥିବା ନେଇ ରାଜ ନଗର ଥାନାରେ ବାପ ଘର ତରଫରୁସ୍ୱାମୀ ଶାଶୁ, ଦେଡଶୁର ଓ ଯା ବିରୁଦ୍ଧରେ ଅଭିଯୋଗ ହୋଇଛି l କିନ୍ତୁ ରାଜନଗର ପୋଲିସ କେବଳ ସ୍ୱାମୀ ନରେଶକୁ ଗିରଫ କରି ନିରବ ରହିବା ପରେ ସ୍ଥାନୀୟ ମହିଳା ମାନେ ନାରୀ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ରେ ନ୍ୟାୟ ପାଇଁ ଆଗେଇ ଆସିଛନ୍ତି l ଏନେଇ ମହିଳା ମାନେ ଥାନା ସମ୍ମୁଖରେ ଧାରଣାରେ ବସି ଅନ୍ୟ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରିଛନ୍ତି l କେନ୍ଦ୍ରାପଡା ଜିଲ୍ଲାପୋଲିସର ଆନ୍ତରିକତା ଅଭାବରୁ ଅନେକ ସମୟରେ ନାବାଳିକା ଅପହରଣ,ବଧୂ ନିର୍ଯ୍ୟାତନା, ବଧୂ ହତ୍ୟା ଓ ଯୌତୁକ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ କାରି ମାନଙ୍କୁ ନ୍ୟାୟ ଦେବାରେ ବ୍ୟତିକ୍ରମ ରହୁଛି l ଯାହା ନେଇ ପ୍ରଶାସନିକ ଵିଧି ବ୍ୟବସ୍ଥା ଉପରୁ ଧୀରେ ଧୀରେ ସାଧାରଣ ଲୋକଙ୍କ ଭରଷା ତୁଟିଯିବାକୁ ବସିଲାଣି l ସ୍ଵଚ୍ଚ ଶାସନ ଓ ମା’କୁ ସମ୍ମାନର ଡେଙ୍ଗୁରା ପିଟୁଥିବା ରାଜ୍ୟ ସରକାରଙ୍କ ଗୃହ ବିଭାଗ ମୁଖିଆ ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ଦାବିକରନ୍ତି l