କୂଳ ବଧୁ ସାଜିଲା ପିଶାଚି : ଶ୍ୱଶୁରକୁ ଶିଳପୁଆରେ ଛେଚି ମାରିଲା ବୋହୁ

କେନ୍ଦ୍ରାପଡା,୮ /୫ :କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଧିନସ୍ଥ ରିଘାଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଶ୍ୱଶୁରଙ୍କୁ ଶିଳପୁଆରେ ଛେଚି ମାରିଦେବା ଘଟଣାରେ ବୋହୁ ହେଲା କୋର୍ଟ ଚାଲାଣ l ସୂଚନାରୁ ପ୍ରକାଶ ଶ୍ରୀନିବାସ ଓ ଘନଶ୍ୟାମ ଙ୍କ ପରିବାର ମଧ୍ୟରେ କିଛିଦିନ ହେବ ଜମିବାଡ଼ି ବିବାଦ ନେଇ ତିକ୍ତତା ଲାଗିରହିଥିଲା l ମାତ୍ର ଶ୍ରୀନିବାସଙ୍କ ବୋହୁ କବିତାର ଘନଶ୍ୟାମଙ୍କ ସହିତ ମିଳାମିଶା ନେଇ ଶ୍ୱଶୁର ପ୍ରବଳ ବିରୋଧ କରିବା ସହିତ ଅଶାନ୍ତି ପ୍ରକଟ କରୁଥିଲେ l ଯାହାନେଇ ଶ୍ୱଶୁର ଓ ବୋହୁ ମଧ୍ୟରେ ଅନେକ ସମୟରେ କାଲିକଜିଆ ଲାଗୁଥିଲା l ଏହିଭାବେ ୩ ତାରିଖ ଦିନ ସନ୍ଧ୍ୟାରେ ରୋଷେଇ ଘଟଣା ନେଇ ଶ୍ୱଶୁର ବୋହୁଙ୍କ ଭିତରେ ବହୁ ଝଗଡା ହୋଇଥିଲା l ଯାହାନେଇ ବୋହୁ ପ୍ରତିଶୋଧ ପରାୟଣ ହୋଇ ପିଶାଚି ସାଜି ଶ୍ଵଶୁରକୁ ମାରିଦେବାର ଷଡଯନ୍ତ୍ର ରଚିଥିଲା l ଏହି ସୁଯୋଗକୁ ହାତ ଛଡା ନକରି ଘନଶ୍ୟାମ ଶ୍ରୀନିବାସ ଙ୍କୁ ମାରିଦେବାକୁ ବୋହୁ କବିତା କରିଥିବା ଯୋଜନାରର ଏକାନ୍ତ ସହଯୋଗୀ ସାଜିଥିଲେ l

ଏନେଇ ୨ ସହଯୋଗୀ ବିଳମ୍ବିତ ରାତ୍ରିରେ ଵୃଦ୍ଧା ଶ୍ୱଶୁର ଶୋଇପଡ଼ିବାର ସୁଯୋଗ ନେଇ ଏକ ଶିଳାପୁଆ ରେ ଛେଚି ନୃଶଂସ ଭାବେ ଶ୍ରୀନିବାସକୁ ମାରିଦେଇଥିଲେ l ପରବର୍ତ୍ତୀ ଦିନ ସକାଳୁ ୬୫ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ଖବର ପାଇଁ ରାଜନଗର ପୋଲିସ ଛାନଭିନ ଆରମ୍ଭ କରିଥିଲା l ପୋଲିସର ପଞ୍ଝା ଭିତରକୁ ୨ ସହଯୋଗୀ ଆସିବା ପରେ ତଦନ୍ତରୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା l ଏପରିକି ରାଜନଗର ପୋଲିସ କବିତା ଓ ସହଯୋଗୀ ଘନଶ୍ୟାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ମାରିଦେବାରେ ବ୍ୟବହୃତ ଶିଳାପୁଆ ଜବତ କରିଛି l ବିଶେଷ କରି ଉଭୟଙ୍କ ମିଳାମିଶା ର ପ୍ରତିବନ୍ଧକ ଓ ୨ ପରିବାର ମଧ୍ୟରେ ଲାଗିରହିଥିବା ଜମିବିବାଦ ର ଅନ୍ତ ଘଟାଇବା ଲକ୍ଷ୍ୟରେ ଘନଶ୍ୟାମ ବୋହୁ କବିତାଙ୍କ ଜରିଆରେ ଏଭଳି କାଣ୍ଡ ଘଟଇଥାଇ ପାରିଥାଏ ବୋଲି ସାଧାରଣରେ ସନ୍ଦେହ ହେଉଛି l କୁଳବଧର କଳୁଷିତ କାର୍ଯ୍ୟକୁ ବିରୋଧ କରିବାରୁ ଶ୍ୱଶୁରଙ୍କ ର କରୁଣ ପରିଣତି ଭଳି ଦୁଃଖଦ ଘଟଣାରେ ମୃତକ ପରିବାରକୁ କି ପ୍ରକାର ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା l