ବିଳମ୍ବିତ ରାତ୍ରିରେ ବିଧାୟକଙ୍କ ପୁତୁରାଙ୍କ ବାଇକ ପୋଡି ଘଟଣା

କେନ୍ଦ୍ରାପଡା ,୭/୧୦ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଥିବାର ଜଣାପଡିଛି l

ସୂଚନାରୁ ପ୍ରକାଶ ଯେ, ରାଜନଗର ବିଧାୟକ ଧ୍ରୁବ ସାହୁ ବଡ଼ଭାଇଙ୍କ ପୁଅ ସ୍ୱୟଂ ଶେଖର ସାହୁ ରାତ୍ରିରେ ନିଜ ଗ୍ରାମ ବେଲପାଳରେ ଚିରାଚରିତ ଭାବେ ବାହାରେ ଅlପାଚି -150 ବାଇକ ଗାଡିକୁ ହ୍ୟାଣ୍ଡେଲ ଲକ କରି ଘରେ ଶୋଇଥିଲେ l ମାତ୍ର ଏହି ସମୟରେ କେତେ ଜଣ ଦୁବୁର୍ତ୍ତ ଗାଡିକୁ ଘର ଠାରୁ ୨୦୦ ମିଟର ଦୁରକୁ ନେଇଯାଇ ପୋଡିଦେଇଥିଲେ l ପୋଡିବାର ତଥ୍ୟ ଲୁଚାଇବା ଲକ୍ଷରେ ପୋଡା ଗାଡିକୁ ପାଖ ପୋଖରୀରେ ଫିଙ୍ଗି ଦେଇଥିଲେ l ପାରବର୍ତ୍ତୀ ଦିନ ସକାଳୁ ଉଠି ଗାଡି ରଖିଥିବା ସ୍ଥାନରେ ନପାଇ ଖୋଜା ଖୋଜି କରି ପାଖ ପୋଖରୀରେ ଗାଡି ଠାବ କରିବା ପରେ ରାଜନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ତପନ କୁମାର ନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ଦେଖିବାକୁ ବାକି ରହିଲା ରାଜନଗର ପୋଲିସ କେବେ ଗାଡି ପୋଡ଼ିଥିବା ଦୁବୁର୍ତ୍ତ ମାନଙ୍କୁ ଠାବ କରିବାରେ ସଫଳ ହେଉଛି l