ରାଜେଶ ଖାନ୍ନାଙ୍କ ଜନ୍ମଦିନ ଆସୁଥିଲା ଫୁଲ ଭର୍ତ୍ତି ଟ୍ରକ୍, ଝିଅ ଟ୍ୱିଙ୍କଲଙ୍କ ଥିଲା ଏହି ଭୁଲ ଧାରଣା

ମୁମ୍ବାଇ : ଏହା କ୍ୱଚିତ୍ ଶୁଣିବାକୁ ମିଳେ ଯେ, ପିତା ଏବଂ ଝିଅର ଜନ୍ମଦିନ ଗୋଟିଏ ଦିନରେ ପଡିଥାଏ | ଆଜି ଅର୍ଥାତ ଡିସେମ୍ବର ୨୯ ହେଉଛି ଏପରି ଏକ ବିଶେଷ ତାରିଖ ଯେତେବେଳେ ବଲିଉଡର ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା ଏବଂ ତାଙ୍କ ଝିଅ ଟ୍ୱିଙ୍କଲ୍ ଖାନ୍ନା ସେହି ଗୋଟିଏ ଦିନରେ ଜନ୍ମ ହୋଇଥିଲେ | ରାଜେଶ ଖାନ୍ନା ୨୯ ଡିସେମ୍ବର ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନର ବିଶେଷ ମୁହୁର୍ତରେ, ଆସନ୍ତୁ ଜାଣିବା ଝିଅ ଟ୍ୱିଙ୍କଲଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ

ମାର୍ଚ୍ଚ ୧୯୭୩ରେ ରାଜେଶ ଖାନ୍ନା ଡିମ୍ପଲ କାପାଡିଆଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ ଟ୍ୱିଙ୍କଲ୍ ଏବଂ ରିଙ୍କି ଖାନ୍ନା | ଟ୍ୱିଙ୍କଲଙ୍କ ସହ ତାଙ୍କ ପିତା ରାଜେଶଙ୍କ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଟ୍ୱିଙ୍କଲ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅନେକ ଥର ଏହି ବିଷୟରେ ସେୟାର କରିଛନ୍ତି। ଏକ ଉପନ୍ୟାସରେ ଉଲ୍ଲେଖ କରି ଟ୍ୱିଙ୍କଲ୍ ତାଙ୍କର ଏକ ପ୍ରମୁଖ ଭୁଲ ଧାରଣା ବିଷୟରେ କହିଛନ୍ତି |

ଦୁଇ ବର୍ଷ ପୂର୍ବେ ୨୦୧୮ରେ ଟ୍ୱିଙ୍କଲ ଖାନ୍ନା ତାଙ୍କ ପିତାଙ୍କ ଜନ୍ମଦିନରେ ଏକ ଫଟୋ ସେୟାର କରିଥିଲେ। ଏହା ସହିତ ସେ ସେହି କାହାଣୀ ବିଷୟରେ ଉଲ୍ଲେଖ କରିଥିଲେ | ସେ ଲେଖିଛନ୍ତି – ମୁଁ ଯେତେବେଳେ ଛୋଟ ଥିଲି, ଜନ୍ମଦିନରେ ଟ୍ରକରେ ଭର୍ତ୍ତି ଫୁଲ ଆସୁଥିଲା | ଏହି ଫୁଲଗୁଡ଼ିକ ମୋ ବାପାଙ୍କ ପାଇଁ ଆସୁଥିଲା କିନ୍ତୁ ବାପା ମୋ ପାଇଁ ଏହା ଆଣୁଛନ୍ତି କହି ମୋତେ ଭୁଲାଇ ଦେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ୱିଙ୍କଲ ଏହା ଜାଣିପାରିଥିଲେ ଯେ, ଫୁଲରେ ଭର୍ତ୍ତି ଟ୍ରକ ତାଙ୍କ ସୁପରଷ୍ଟାର ପିତା ତଥା ଲୋକମାନଙ୍କର ପ୍ରିୟ ଅଭିନେତା ରାଜେଶ ଖାନ୍ନାଙ୍କ ପାଇଁ ଆସୁ ଥିଲା।

 

View this post on Instagram

 

A post shared by Twinkle Khanna (@twinklerkhanna)

ପିତାଙ୍କ ଦିବସରେ ସେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ- ଯେତେବେଳେ ମୁଁ ବାପାଙ୍କ ୩୧ ତମ ଜନ୍ମଦିନରେ ଜନ୍ମ ହୋଇଥିଲି, ସେତେବେଳେ ସେ (ରାଜେଶ ଖାନ୍ନା) ମୋ ମାଙ୍କୁ କହିଥିଲେ ଯେ ମୁଁ ତାଙ୍କ ପାଇଁ ଦୁନିଆର ସର୍ବୋତ୍ତମ ଉପହାର ଅଟେ | ସେ ମୋତେ ଟିନା ବାବା ବୋଲି କହୁଥିଲେ | ସେ ମୋତେ କଦାପି ବେବି ବୋଲି ସମ୍ବୋଧନ କରୁନଥିଲେ |

ରାଜେଶ ଖାନ୍ନା ବଲିଉଡର ପ୍ରଥମ ସୁପରଷ୍ଟାର ଥିଲେ। ସେ ହେଉଛନ୍ତି ପ୍ରଥମ ଅଭିନେତା ଯିଏକି ସୁପରଷ୍ଟାର ଭାବରେ ନାମିତ ହୋଇଥିଲେ | ଚଳଚ୍ଚିତ୍ର ଆରାଧନା ବ୍ଲକବଷ୍ଟର ହିଟ୍ ହେବା ପରେ ତାଙ୍କୁ ସୁପରଷ୍ଟାରର ମାନ୍ୟତା ମିଳିଥିଲା ​​| ସେ ଭାରତର ପ୍ରଥମ ଏବଂ ଏକମାତ୍ର ଅଭିନେତା ଯିଏ କ୍ରମାଗତ ୧୫ଟି ସୋଲୋ ହିଟ୍ ଫିଲ୍ମ ଦେଇଛନ୍ତି। ୧୯୬୯ରୁ ୧୯୭୧ ମଧ୍ୟରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ସୁପରହିଟ୍ ଥିଲା | ଆଜି ପର୍ଯ୍ୟନ୍ତ କୌଣସି ବି ଅଭିନେତା ତାଙ୍କର ଏହି ରେକର୍ଡ ଭାଙ୍ଗି ପାରି ନାହାଁନ୍ତି।