ହାଇଦ୍ରାବାଦ, ୨୭/୧୨ : ସୁପରଷ୍ଟାର ରଜନୀକାନ୍ତ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଦୁଇ ଦିନ ଧରି ଡାକ୍ତରଖାନା ଚିକିତ୍ସିତ ହେବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ରକ୍ତଚାପଜନିତ ସମସ୍ୟା ହେତୁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। ଏବେ ତାଙ୍କର ରକ୍ତଚାପ ଠିକ୍ ଅଛି ବୋଲି ଡାକ୍ତର ପରୀକ୍ଷା କରି କହିଛନ୍ତି । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି ଏବଂ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଂପୂର୍ଣ୍ଣ ଭାବେ ବିିଶ୍ରାମ କରିବା ସହ କୌଣସି କଥାକୁ ନେଇ ଚିନ୍ତା ନକରିବାକୁ ଡାକ୍ତର ସୁପରଷ୍ଟାର ରଜନୀକାନ୍ତଙ୍କୁ ପରାମର୍ଶ ଦେଇଛନ୍ତି।