ନୂଆଦିଲ୍ଲୀ,୨୯/୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ରଜନୀକାନ୍ତ ଏହି ଘୋଷଣା କରିଛନ୍ତି । ଦଳ ନଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ ଜାରି ରଖିବେ । ମେଡିକାଲକୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରଜନୀକାନ୍ତ । ଏହାସହିତ ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ସମର୍ଥକମାନଙ୍କୁ ଦେଇଥିବା ନିଷ୍ପତ୍ତି ରଖିନପାରିବାରୁ କ୍ଷମା ମଧ୍ୟ ମାଗିଛନ୍ତି ।