ମୁ୍ମ୍ବାଇ,୯/୨: ବଲିଉଡ୍ ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ୫୮ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଆଜି ସକାଳେ ରାଜୀବ କପୁଙ୍କୁ ହୃଦଘାତ ହେବା ପରେ ତାଙ୍କୁ ତୁରନ୍ତ ନିକଟଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ରିଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଜରିଆରେ ରାଜୀବଙ୍କ ମୃତ୍ୟୁର ଖବର ଦେଇଛନ୍ତି ।
ରାଜୀବ କପୁର ବଲିଉଡରେ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଶମୀ କପୁର ଏବଂ ଶଶି କପୁର ରାଜୀବ କପୁରଙ୍କ ସଂପର୍କୀୟ ଥିଲା । ୧୯୮୩ରେ ଫିଲ୍ମ ‘ଏକ ଜାନ୍ ’ରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହା ପରେ ୧୯୮୫ରେ ଫିଲ୍ମ ରାମ୍ ତେରୀ ଗଙ୍ଗା ମେଲୀର ରାଜୀବ ଲିଡ୍ ରୋଲରେ ନଜର ଆସିଥିଲା । ଯାହାକି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହି ଫିଲ୍ମ ରାଜୀବଙ୍କ କ୍ୟାରିୟରେ ଏକ ପ୍ଲସ୍ ପଏଣ୍ଟ ଭାବେ ଗଣଯାଏ । ଏହାପରେ ଫିଲ୍ମ ଆସମାନ, ଲବର ବୟ, ଜବରଦସ୍ତ ଏବଂ ହମ ଚଲେ ପରଦେଶରେ ତାଙ୍କ ଭୂମିକା ଖୁବ୍ ଚର୍ଚ୍ଚାକୁ ଆସିଥିଲା ।
ରାଜୀବଙ୍କ ମୃତ୍ୟୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଲେଖକ, ନିର୍ଦ୍ଦେଶକ, ଅଭିନେତ୍ରୀ ଆଦି ନିଜ ନିଜର ଶୋକ ଜାହିର କରିଛନ୍ତି । ସମସ୍ତ ସୋସିଆଲ୍ ମିଡିଆ ଜରିଆରେ ନିଜ ନିଜର ଭାବନା ଜଣାଇଛନ୍ତି ।