ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

0

ନୂଆଦିଲ୍ଲୀ ୦୯/୦୫ : ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୩ ସେନାର ମୁଖ୍ୟ ଯୋଗଦେବେ । ଏହାସହ ସିଡିଏସ୍‌ ଅନୀଲ ଚୌହ୍ୱାନ ମଧ୍ୟ ଉପସ୍ଥିତ ରହିବେ । ଅପରେସନ ସିନ୍ଦୂର ଏବଂ ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣ ସଂପର୍କରେ ସବିଶେଷ ତଥ୍ୟ ଉପରେ ଆଲୋଚନା ହେବ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ । ଯେଉଁଥିରେ ଶତାଧିକ ଆତଙ୍କୀ ନିପାତ ହୋଇଥିଲେ । ଯାହାର ଜବାବରେ ପାକିସ୍ତାନ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ଯାହାକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ଗୁରୁବାର ଦିନ ସକାଳ ସମୟରେ ଭାରତୀୟ ସୀମାରେ ପାକିସ୍ତାନୀ ଡ୍ରୋନ୍‌ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଥିଲା । ତାପରେ ବି ସୁଧୁରିନଥିଲା ପାକିସ୍ତାନ । ବିଳମ୍ବିତ ରାତିରେ ଭାରତୀୟ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲା ପାକିସ୍ତାନ ଫାଇଟର ଜେଟ୍‌ । ହେଲେ ତାହା ବି ଫେଲ୍‌ ମାରିଥିଲା । ପାକିସ୍ତାନର ତିନୋଟି ଫାଇଟର ଜେଟ୍‌କୁ ମାରି ଖସାଇଥିଲା ଭାରତୀୟ ସେନା । ତେବେ ଏହି ସମସ୍ତ ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ଭାରତ ଜବାବ କଣ ରହିବ । ଆଗକୁ ଯଦି ଏପରି ସ୍ଥିତି ହେବ, ତେବେ ଭାରତୀୟ ସେନାର କିପରି ରହିବ ପଦକ୍ଷେପ । ସେସଂପର୍କରେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହ ସିଡିଏସ୍‌ ଅନୀଲ ଚୌହ୍ୱାନ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।

Leave A Reply

Your email address will not be published.