ଏଲଏସି ସ୍ଥିତି ନେଇ ଆଜି ସଂସଦରେ ସୂଚନା ଦେବେ ପ୍ରତିରକ୍ଷା ମନ୍ତ୍ରୀ !

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ସୂଚନା ପ୍ରଦାନ କରିପାରନ୍ତି । ଗତ କିଛି ମାସ ଧରି ପୂର୍ବ ଲଦାଖରେ ଉତେଜନା ଜାରି ରହିଛି । ଦୁଇଦେଶର ସେନା ଅନେକବାର ମୁହାଁମୁହିଁ ହୋଇଛନ୍ତି । ଦୁଇଦେଶର ସୈନ୍ୟସ୍ତରୀୟ କଥାବାର୍ତା ପରେ ବି ସ୍ଥିତିରେ କୌଣସି ପରବିର୍ତନ ହେଉନାହିଁ । ସରକାର ଏ ନେଇ ବୟାନ ଦେବାକୁ ବିରୋଧୀ ବାରମ୍ବାର ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଦିନ ୩ଟାରେ ରାଜନାଥ ସିଂ ଲୋକସଭାରେ ବୟାନ ଦେବେ ।

ସୂଚନାଯୋଗ୍ୟ, ବିରୋଧୀ ଦଳର ନେତାମାନେ ଚୀନକୁ ନେଇ ସରକାରଙ୍କୁ ଆକ୍ରମଣ କରୁଛନ୍ତି ଏବଂ ବାରମ୍ବାର ସରକାରଙ୍କୁ ଜବାବ ମାଗୁଛନ୍ତି । ସୋମବାର ଲୋକସଭାରେ ବିରୋଧୀ ଦଳର ନେତାମାନେ ସୀମାରେ ଉତ୍ତେଜନା ପ୍ରସଙ୍ଗ ଉଠାଇବାକୁ ଉଦ୍ୟମ କରିଥିଲେ । କରୋନା ମହାମାରୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଗତକାଲି ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ ।