ଭୁବନେଶ୍ୱର, ୦୫/୦୩ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିରୁ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା । ୨ ସେଟ ନାମାଙ୍କନପତ୍ର ଦାଖଲ କଲେ ଡ. ସଂତୃପ୍ତ ମିଶ୍ର । ତୃତୀୟ ଆସନ ପାଇଁ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି ଡ. ସଂତୃପ୍ତ ମିଶ୍ର । ସଂତୃପ୍ତଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ଅଛନ୍ତି ନବୀନ ପଟ୍ଟନାୟକ। ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଉପସ୍ଥିତ ଥିଲେ। ବରିଷ୍ଠ ନେତା ନରସିଂହ ମିଶ୍ର ଓ ବହୁ ବିଧାୟକ, କଂଗ୍ରେସ ରାଜ୍ୟ ପ୍ରଭାରୀ ଓ ବିଧାୟକ ଦଳ ନେତା କାଡାମ ଉପସ୍ଥିତ ଥିଲେ।