୧୧ କୋଟିର ସମ୍ପତ୍ତି ଦାନ କରି ସଂସାର ତ୍ୟାଗ କଲେ ସୁନା ବ୍ୟବସାୟୀ : ଜାଣନ୍ତୁ ପୂରା କାହାଣୀ

ଜୟପୁର,୨୩/୫: ମଧ୍ୟ ପ୍ରଦେଶର ବାଲାଘାଟର କୋଟି ପତି ସୁନା ବ୍ୟବସାୟୀ ରାକେଶ ସୁରାଣା ସପରିବାର ଜୟପରୁରେ ଜୈନ ଭଗବତୀ ଦୀକ୍ଷା ଗ୍ରହଣ କରିଛନ୍ତି। ଜୟପୁରର ଜୈନ ସନ୍ଥ ମହେନ୍ଦ୍ର ସାଗର ଜୀ ମହାରାଜ ସହ ବହୁ ସନ୍ଥ ଏହି ସମାରୋହରେ ସାମିଲ ହୋଇଥିଲେ। ଏହା ପ୍ରଥମ ଘଟଣା ଯେତେବେଳେ ମହାକୌଶଳ ଅଞ୍ଚଳର ଗୋଟିଏ ପରିବାର ଏକାସଙ୍ଗରେ ସାଂସାରିକ ଜୀବନ ତ୍ୟାଗ କରି ଦୀକ୍ଷା ନେଇଛନ୍ତି। ରାକେଶ ସୁରାଣା ନିଜ ପତ୍ନୀ ଲୀନା ଏବଂ ୧୧ ବର୍ଷର ପୁଅ ଅମୟ ସହ ଦୀକ୍ଷା ଗ୍ରହଣ କରିଛନ୍ତି। ଏବେ ଜନ କଲ୍ୟାଣ ସହ ଆତ୍ମକଲ୍ୟାଣ ମାର୍ଗରେ ଆଗକୁ ବଢିଛନ୍ତି।

ସୁନା ବ୍ୟବସାୟୀ ରାକେଶ ପ୍ରାୟ ୧୧ କୋଟି ଟଙ୍କାର ବ୍ୟବସାୟ ଏବଂ ସମ୍ପତ୍ତି ଦାନ କରି ଜୈନ ମୁନୀ ହୋଇଛନ୍ତି। ଲୀନା ସୁରାଣା ଆମେରିକାରେ ପାଠ ପଢିଛନ୍ତି, ବାଲାଘାଟରେ ବଡ଼ ସ୍କୁଲ ଚଲାଉଥିଲେ। ପରିବାର ଏକ ଉଦାହରଣ ସୃଷ୍ଟି କରି ଭଗବାନ ମହାବୀରଙ୍କ ଜୀନଶାସନରେ ସ୍ୱୟଂକୁ ସପର୍ପିତ କରିଛନ୍ତି।

 

ଦୀକ୍ଷା ଗ୍ରହଣ କରିବା ପୂର୍ବରୁ ସୁରାଣା ପରିବାର ନିଜର ଶେଷ ସମ୍ପତ୍ତି ଜୟପୁର ଏବଂ ଶ୍ରୀ ନମିଉଣ ପାଶ୍ୱନାଥ ତୀର୍ଥକୁ ଦାନ କରିଛନ୍ତି। ଜୟପୁରରେ ହୋଇଥିବା ଏହି ଦୀକ୍ଷା ଗ୍ରହଣ ସମାରୋହରେ ବାଲାଘାଟରୁ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସୁନା ବ୍ୟବସାୟୀ ରାକେଶ ସୁରାନା ନିଜର ୧୧ କୋଟିର ସମ୍ପତ୍ତି ଗୋଶାଳା ଏବଂ ଧାର୍ମିକ ସଂସ୍ଥାକୁ ଦାନ କରିଥିଲେ।