କାହିଁକି କ୍ଷମା ମାଗିଲେ ରାଖୀ ?

ବିବାଦୀୟ ମନ୍ତବ୍ୟ ଲାଗି ବିଭିନ୍ନ ସମୟରେ ସେ ନିଜକୁ ସମସ୍ୟାରେ ପକାଇ ଦେଇଥାନ୍ତି। ସଦ୍ୟ ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ରାଖୀ ବଲିଉଡ୍‌ରେ କାଷ୍ଟିଂ କାଉଚ୍‌ଠୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନ ଏବଂ ଅନେକ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ‘ବଲିଉଡ୍‌ଲାଇଫ୍‌ଡଟ୍‌ କମ୍‌’ ରିପୋର୍ଟ ମୁତାବକ ଏହି କାର୍ଯ୍ୟକ୍ରମରେ ରାଖୀ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି। ସନ୍ନି ଲିଓନ୍‌ ହିନ୍ଦୀ ଫିଲ୍ମରେ କାମକରିବା ଆରମ୍ଭ କରିବା ବେଳେ ତାକୁ ନେଇ ରାଖୀ ଆପତ୍ତି ପ୍ରକଟ କରୁଥିଲେ। ସନ୍ନିଙ୍କ ଉଦ୍ଦେଶ୍ୟରେ ସେ ଅନେକ କଟୁ ମନ୍ତବ୍ୟ ଦେଉଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଖୀ ସେ ବିଷୟକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ସନ୍ନିଙ୍କ ସଂଘର୍ଷମୟ ଜୀବନଯାତ୍ରା ବିଷୟରେ କିଛି ନ ଜାଣି ତାଙ୍କ ଉପରେ ମତଦେବା ତାଙ୍କର ଭୁଲ ଥିଲା। ସେ ହେଉଛନ୍ତି ବଲିଉଡ୍‌ର ବେବିଡଲ୍‌। ତାଙ୍କୁ ସମାଲୋଚନା କରିବା ଉଚିତ ନ ଥିଲା। ଏଥିଲାଗି ପୂର୍ବରୁ ସନ୍ନିଙ୍କୁ କ୍ଷମାପ୍ରାର୍ଥନା କରିସାରିଛି। ଏବେ ବି କରୁଛି ବୋଲି ରାଖୀ କହିଛନ୍ତି