ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ପର୍ବ ୯ ଅଗଷ୍ଟରେ ପାଳନ କରାଯିବ । ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ପର୍ବ ଭଦ୍ରାମୁକ୍ତ ରହିବ । ଏହାସହ ରାକ୍ଷୀ ବାନ୍ଧିବା ପାଇଁ ୭ ଘଣ୍ଟା ପାଇଁ ଶୁଭ ସମୟ ମଧ୍ୟ ରହିଛି । ରକ୍ଷା ବନ୍ଧନରେ ଚଳିତ ବର୍ଷ ଦୁର୍ଲ୍ଲଭ ସଂଯୋଗ ସହ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ବର୍ଷିବ ।
ମେଷ : ଏହି ରାଶିଙ୍କୁ ନୂଆ ନୂଆ ସୁଯୋଗ ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ ।
ମିଥୁନ : ଏହି ରାଶି ସୌଭାଗ୍ୟଶାଳୀ ହେବେ । ଧନ ଲାଭର ଯୋଗ ରହିଛି । ପରିଶ୍ରମର ଫଳ ମିଳିବ । ହସଖୁସିରେ ସମୟ ଅତିବାହିତ କରିବେ ।
ସିଂହ : ସିଂହ ରାଶି ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ । ବ୍ୟବସାୟରେ ଲାଭ ସହ ଟଙ୍କା ନିବେଶ କରି ଲାଭବାନ୍ ହେବେ । ନୂଆ ନୂଆ କାମ ଆରମ୍ଭ କରିବା ସହ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ମନ ଶାନ୍ତି ରହିବା ସହ ଆଧ୍ୟାତ୍ମକି କାର୍ଯ୍ୟରେ ରୁଚି ବଢିବ । ସକରାତ୍ମକ ଶକ୍ତି ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ ।
ତୁଳା : ଏହି ରାଶିଙ୍କୁ ମଧ୍ୟ ଅନେକ ଶୁଭଫଳ ମିଳିବ । ଅଟକି ଥିବା କାମ ପୂରଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ମୀନ : ଆର୍ଥିକ ସ୍ଥିତି ମଜଭୁତ ରହିବ । ପରିବାରରେ ହସଖୁସି ଓ ଶାନ୍ତିର ବାତାବରଣ ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।