ଏହି ୩ଟି ରାଶି ପାଇଁ ଖାସ୍ ରହିବ ରାମ ନବମୀ

ରାମ ନବମୀ ମାର୍ଚ୍ଚ ୨୬ ଏବଂ ୨୭ ମାର୍ଚ୍ଚ ଉଭୟରେ ପାଳନ କରାଯାଉଛି । ଏହି ବିଶେଷ ଦିନରେ ରାମଙ୍କ ପୂଜା କରିବା ଦ୍ବାରା ସୁଖ, ଶାନ୍ତି ଏବଂ ସୌଭାଗ୍ୟରେ ପରିପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ଏହି ଦିନକୁ ଖୁବ୍ ବିଶେଷ ଦିନ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ । ଏହି ସମୟରେ ଶୁକ୍ର ମେଷ ରାଶିରେ ପ୍ରବେଶ କରି ଅଶ୍ବିନୀ ନକ୍ଷେତ୍ରରେ ଅବସ୍ଥାନ କରିବେ । ଯାହା ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସଂଯୋଗ ମଧ୍ୟ ଗଜକେଶରୀ ରାଜଯୋଗର ପ୍ରଭାବ ସୃଷ୍ଟି କରିବ । ତେଣୁ କିଛି ରାଶି ପାଇଁ ଏହି ସମୟ ଖୁବ୍ ଭଲ ରହିବ । ଆର୍ଥିକ ଲାଭ, କ୍ୟାରିଅରରେ ଉନ୍ନତି ଏବଂ ଶୁଭ ଖବର ମିଳିପାରେ ।

ମେଷ : ଏହି ସମୟ ମେଷ ରାଶି ପାଇଁ ବହୁତ ଭଲ ରହିବ । ଆର୍ଥିକ ଲାଭର ଭଲ ସମ୍ଭାବନା ରହିଛି । ଏହି ସମୟ ଆୟ ପାଇଁ ବାଟ ଖୋଲିପାରେ । ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ଭେଟ ହୋଇପାରେ । ଯାହା ଆପଣଙ୍କ ଭବିଷ୍ୟତରେ ଉନ୍ନତି କରିବାରେ ସହାୟକ କରିବ । ବିଦେଶ ସହିତ ଜଡିତ କାମରେ ସକରାତ୍ମକ ଫଳାଫଳ ମିଳିବ । ପରିବାରରେ ଖୁସିର ବାତାବରଣ ଦେଖାଦେବ ।

କନ୍ୟା : ଏହି ସମୟ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସଫଳତା ଆଣିଦେବ । ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ । ଛାତ୍ରମାନଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । କାର୍ଯ୍ୟରେ ସ୍ଥିରତା ଦେଖାଦେବା ସହିତ ବ୍ୟବସାୟରେ ସନ୍ତୋଷଜନକ ଲାଭ ମିଳିବାର ସମ୍ଭାବନା ରହିଛି । ଇଚ୍ଛା ଅନୁସାରେ ଚାକିରି ମିଳିବାର ସୁଯୋଗ ପାଇପାରନ୍ତି । ପଡ଼ି ରହିଥିବା କାମ ଶେଷ ହେବ । ଆଇନଗତ ମାମଲାରେ ଆଶ୍ବସ୍ତି ମିଳିପାରେ ।

ମୀନ : ମୀନ ରାଶି ପାଇଁ ଏହି ସମୟ ନୂତନ ଆରମ୍ଭର ସଙ୍କେତ । କ୍ୟାରିଅରରେ ଉନ୍ନତି ହେବ । ଚାକିରି ପାଇଁ ସୁଯୋଗ ମିଳିପାରେ । ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସହ ମନରେ ସକରାତ୍ମକ ଶକ୍ତି ଜାଗ୍ରତ ହେବ । ଯାହା ଆତ୍ମବିଶ୍ବାସକୁ ବଢାଇବ । ଏହି ସମୟ ବିବାହ ପ୍ରସ୍ତାବ ପାଇଁ ଲାଭଦାୟକ ବୋଲି ସୂଚାଉଛି ।