ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି

0

ଭୁବନେଶ୍ୱର, ୨୨/୦୪ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବେ । ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀ ସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ । ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିବେ । ଏହାପରେ ଗୌଡ଼ବାଡ଼ ସାହି ଆଖେଡା ପକ୍ଷରୁ ସେଠାରେ ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ଶ୍ରୀମନ୍ଦିରକୁ ଠାକୁର ବାହୁଡା଼ ବିଜେ କରିବେ । ଆଜି ସାହିଯାତ୍ରାର ଅନ୍ତିମ ଦିନରେ ଗୌଡ଼ବାଡ଼ ସାହି ପକ୍ଷରୁ ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚଶିରା, ପାରମ୍ପରିକ ସମରକଳା ଆଦି ପରିବେଷଣ କରାଯିବ ।

Leave A Reply

Your email address will not be published.