ଲିନଙ୍କ ସହ ରିଲେସନସିପକୁ ନେଇ ଖୁଲାସା କଲେ ଅଭିନେତା ରଣଦୀପ୍

ବଲିଉଡ ଅଭିନେତା ରଣଦୀପ ହୁଡା ବର୍ତ୍ତମାନ ସେ ତାଙ୍କ ରିଲେସନସିପକୁ ନେଇ କନଫର୍ମ କରିଛନ୍ତି । ମଣିପୁରୀ ମଡେଲ ଲିନ ଲେଶରାମଙ୍କ ସହ ସମ୍ପର୍କରେ ଅଛନ୍ତି । ରଣଦୀପ୍ ଦୀପାବଳି ଅବସରରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ତାଙ୍କ ପ୍ରେମିକା ଲିନ୍ ମଧ୍ୟ ନଜର ଆସିଛନ୍ତି । ଏହି କପଲଙ୍କ ହାତରେ ଦୀପ ଧରିଥିବାର ବେଳେ ଖୁବ୍ ଖୁସି ନଜର ଆସିଛନ୍ତି । ରଣଦୀପ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଲିନଙ୍କ ସେ ପ୍ରେମ ସମ୍ପର୍କରେ ଅଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ରଣଦୀପ ୨୦୧୬ରୁ ଲିନଙ୍କୁ ଡେଟ୍ କରୁଛନ୍ତି । କହିବାକୁ ଗଲେ ୨୦୧୮ରେ ଷ୍ଟାଡିୟମଠାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯାହା ପରେ ସେମାନଙ୍କ ସମ୍ପର୍କ ବିଷୟରେ ଖୁବ୍ ଆଲୋଚନା କରାଯାଇଥିଲା । କିନ୍ତୁ ଅଭିନେତା ଏହି ଖବରକୁ ଗୁଜବ ବୋଲି କହିଥିଲେ । ରଣଦୀପ ଗର୍ଲଫ୍ରେଣ୍ଡ ମଣିପୁରର ଜଣେ ପ୍ରସିଦ୍ଧ ମଡେଲ । ଏହା ବ୍ୟତୀତ ସେ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ମେରି କମରେ ମଧ୍ୟ ଲିନ ନଜର ଆସିଛନ୍ତି । କହିବାକୁ ଗଲେ ଲିନ ମଧ୍ୟ ଏକ ଜାତୀୟ ସ୍ତରର ଆଙ୍କର୍ ।

କେବଳ ଏତିକି ନୁହେଁ, ସେ ନାସିରୁଦ୍ଦିନ ଶାହାଙ୍କ ଥିଏଟର ଗ୍ରୁପରେ ମଧ୍ୟ ସାମିଲ୍ ଅଛନ୍ତି । ଅନେକ ଅଭିନେତ୍ରୀଙ୍କ ସହ ରଣଦୀପ ହୁଡାଙ୍କ ନାମ ଜଡିତ ଥିଲା, ଲିନ୍ ପୂର୍ବରୁ ରଣଦୀପ ନୀତି ଚନ୍ଦ୍ରଙ୍କ ସହ ଥିଲେ । କିଛି ବର୍ଷ ଡେଟିଂ ପରେ ଉଭୟଙ୍କର ବ୍ରେକଅପ୍ ହୋଇଥିଲା । ନୀତୁଙ୍କ ସହିତ ବ୍ରେକଅପ୍ ପରେ ଅଭିନେତା ସାକ୍ଷାତକାରରେ କହିଥିଲେ ଯେ ଏକ ବଡ଼ ଲକ୍ଷ୍ୟ ପାଇଁ ବଳିଦାନ ଦେବାକୁ ପଡିବ । ଏହା ମୋ ପାଇଁ ଶେଷ ନୁହେଁ, ମୁଁ ମୋର ବ୍ୟକ୍ତିଗତ ସଂପର୍କରେ ପୁଣି ଶାନ୍ତି ପାଇପାରିବି । ମୋ ଜୀବନ କେବଳ ମୋର ମେକଅପ୍, ସେଟ୍ ଏବଂ ଚରିତ୍ର ।

SBI_Festive_Digital Billboard