ଭୁବନେଶ୍ୱର, ୦୭/୧୦ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଶିଷ୍ଟ ଓଡ଼ିଆ କ୍ରିକେଟ୍ ଖେଳାଳି ତଥା ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଶୁଭ୍ରାଂଶୁ ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ରଣଜୀ ମ୍ୟାଚ ପାଇଁ ୧୫ଜଣିଆ ଟିମ ଘୋଷଣା କରିଥିଲା ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି । ଘୋଷଣା ହୋଇଥିବା ଟିମ୍ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ବାଇଁ (ୱିକେଟ୍କିପର), ରାଜେଶ ଧୂପର (ୱିକେଟ୍କିପର), ଅନିଲ ପରିଡ଼ା, ସମ୍ବିତ ଏସ୍ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ତାରିଣୀ ସା, ତାପସ ଦାସ। ସେହିଭଳି ଷ୍ଟାଣ୍ଡବାଏ ଖେଳାଳି ଭାବରେ ରହିଛନ୍ତି ଶାନ୍ତନୁ ମିଶ୍ର, ବିପ୍ଲବ ସାମନ୍ତରାୟ, ସୌରଭ ଗୌଡ଼, ପ୍ରଶାନ୍ତ ରଣା ଏବଂ କାର୍ତ୍ତିକ ବିଶ୍ବାଳ। ଚଳିତ ମାସ ୧୫ ତାରିଖରୁ ଓଡ଼ିଶା ଏହାର ରଣଜୀ ଅଭିଯାନ ଆରମ୍ଭ କରିବ। ଏହି ସିଜିନରେ ମୋଟ ୭ଟି ମ୍ୟାଚ ଖେଳିବ ଓଡ଼ିଶା । ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ଟିମ୍ ପଡିଆକୁ ଓହ୍ଲାଇବ । ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାକୁ ଯାଉଥିବାବେଳେ, ଏହାପରେ ମଧ୍ୟପ୍ରଦେଶ, ଜମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ବିଦର୍ଭ, ନାଗାଲାଣ୍ଡ, ତାମିଲନାଡୁ ଓ ଝାଡ଼ଖଣ୍ଡ ସହ ମ୍ୟାଚ ରହିଛି ।
