କଟକ, ୧୦/୧୧ : ଦାଦାବଟି ମାଗିବା ଅଭିଯୋଗରେ ପୁଣିଥରେ ଗିରଫ ହୋଇଛନ୍ତି କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ବାଳ । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ସେ ଧରାପଡିଛନ୍ତି । ତାଙ୍କସହ ଆଉ ୨ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସାଇକେଲ ନାନା ଓରଫ୍ ସୁଚିତ୍ର ରଞ୍ଜନ ମହାପାତ୍ର ଓ ରଞ୍ଜିତ୍ ସିଂ । ତିନି ବର୍ଷରେ ତୃତୀୟ ଥର ପାଇଁ ଗିରଫ ହୋଇଛନ୍ତି ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ।
ସୂଚନାଯୋଗ୍ୟ,ପୂର୍ବରୁ ରଞ୍ଜିତା ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଏହା ପରେ ବେଆଇନ୍ ବନ୍ଧୁକ ରଖିବା ଅଭିଯୋଗରେ ପୁଣି ଥରେ ସେ ଗିରଫ ହୋଇଥିଲେ। ସେହିସମୟରେ ତାଙ୍କଠାରୁ ଦୁଇଟି ବନ୍ଧୁକ ଓ ୪ଟି ଗୁଳି ଜବତ ହୋଇଥିଲା ।